pakka

ବଲାଙ୍ଗିର ସମ୍ବଲପୁର ରୋଡ ମାଧିଆପାଲିସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମ୍ବଲପୁର ରୋଡ ମାଧିଆପାଲିସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ସୂଚନାନୁସାରେ ଲୋଇସିଂହା ପଟରୁ ବଲାଙ୍ଗିର ମେଡିକାଲକୁ ବାଗଡୋଲ ଗ୍ରାମର ପ୍ରସନ୍ନ କୁମାର ନାଗ ଯାଉଥିବା ବେଳେ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ବାଇକ୍‌ ପ୍ରସନ୍ନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରସନ୍ନ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଖବର ପାଇ ବଲାଙ୍ଗିର ପୋଲିସ ପ୍ରସନ୍ନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲା ।

jay balangir
Leave A Reply

Your email address will not be published.

six − one =

error: Content is protected !!