pakka

ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା

bbehera

ଜି.ଉଦୟଗିରି : ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସହ ଦୁଇ ଜଣ ଗୁରୁତର । କନ୍ଧମାଳ ଜିଲ୍ଲା ମାଲାନସୁଗା ନିକଟରେ ଘଟିଛିଏହି ଦୁର୍ଘଟଣା । ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ମିନି ବସ୍ ସହ ଭୁବନେଶ୍ୱରରୁ ବାଲିଗୁଡା ଅଭିକୁଖେ ଆସୁଥିବା ଏକ ଲୁହା ରଡ଼ ବୋଝେଇ ମାକ୍ସ୍ ପିକ୍‌ଅପ୍ ଭ୍ୟାନ ମାଲାନସୁଗା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ୍ ଡ୍ରାଇଭରଙ୍କ ସମତେ ଦୁଇ ଜଣ ଗୁରୁତର ହେବା ସହ ୧୦ରୁ ଅଧିକ ଆହତଙ୍କୁ ଜି.ଉଦୟଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅବସ୍ଥା ଅତି ଗୁରୁତର ହେବାରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଜି.ଉଦୟଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

fifteen + 19 =