pakka

ମୁରିବାହାଲ ସରସ୍ୱତୀ ଶିଶୁ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜ଼ିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ଯୋଗେଶ୍ୱର ବିହାର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ସଭାଗୃହଠାରେ ମଙ୍ଗଳବାର ଦିନ ଶିଶୁ ମନ୍ଦିରର ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ଶ୍ରୀବତ୍ସ ବେହେରାଙ୍କର ସଭାପତିତ୍ୱ ବୈଠକରେ ବଲାଙ୍ଗିର ଜ଼ିଲ୍ଲା ବିଭାଗ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ମହାନ୍ତି, ସହ ନିରୀକ୍ଷକ ମନୋରଞ୍ଜନ କରଙ୍କ ଉପସ୍ଥିତିରେ ଶିଶୁ ମନ୍ଦିର ବିକାଶ, ଶିକ୍ଷା ଉପରେ ଗୁରୁତ୍ୱ ସହ ଛାତ୍ରୀଛାତ୍ର ସହ ଅଭିଭାବକ ଓ ଗୁରୁଜୀ ଗୁରୁମାମାନଙ୍କର ସୁସଂପର୍କ ଉପରେ ଆଲୋଚନା କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗ ନିରୀକ୍ଷକ ମହାନ୍ତି ଶିକ୍ଷା ବିକାଶ ସମିତିର ନିୟମ ଅନୁସାରେ କମିଟି ଗଠନ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବା ସହ ନୂତନ ପରିଚାଳନା କମିଟି ଗଠନ କରିବାକୁ ଅନୁରୋଧ କରିଥିଲେ । ନୂତନ କମିଟିର ସଭାପତି ରୂପେ ନାରାୟଣ ସାହୁ, ଉପସଭାପତି ଶିବ ଧରୁଆ, ସମ୍ପାଦକ ଭରତ ଦାସ, ସହ ସମ୍ପାଦକ ସୁବାସ ଚନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ଗଙ୍ଗାଧର ହେର୍ଣ୍ଣା, ସଦସ୍ୟ ରୂପେ ସୁନିତା ଦାସ, କ୍ଷିତିଶୁତା ତାଣ୍ଡି, ବିଦ୍ୟାଳୟ ତରଫରୁ ପ୍ରଧାନ ଗୁରୁଜୀ ସୁମନା ନନ୍ଦ ଖମାରି, ଓ ଗୋବିନ୍ଦ ଦାସଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଏହା ସହ ସ୍ୱତନ୍ତ୍ର ନିମନ୍ତ୍ରଣ ଅତିଥି ରୂପେ ଶ୍ରୀବତ୍ସ ବେହେରା, ସାଧୁ ସୁଶୀଲ ଦାସ ବାବା, ସରପଞ୍ଚ ବିଶ୍ଵ ବିହାରୀ ଯୋଶୀ, ତରୁଣ ପୋଢ଼, ଅନିଲ କୁମାର ଶର୍ମା, ଅଭୟା ନନ୍ଦ ଦାସ, ରାଜୀବ କୁଅରଙ୍କୁ ଆଗାମୀ ୩ ବର୍ଷ ପାଇଁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × 2 =