pakka

କୋଭିଡ ସେବା ପାଇଁ ଏସ୍‌ସିଏସ୍ କଲେଜକୁ ଏନ୍‌ସିସି ଡ଼ିଜି ପଦକ ସମ୍ମାନ

bbehera

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ସହରରେ ଅବସ୍ଥାପିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ପକ୍ଷରୁ ବିଗତ ଦିନମାନଙ୍କରେ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜ ସେବା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସଡକ ସୁରକ୍ଷା ସପ୍ତାହ, ବଡଦାଣ୍ଡ ସେବା ତଥା ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଏନ୍.ସି.ସି. କ୍ୟାଡ଼େଟ୍ ଭାଗନେଇ ପ୍ରଶାସନ ଠାରୁ ସମ୍ବର୍ଦ୍ଧନା ମଧ୍ୟ ପାଇଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସମାଜିକ କାର୍ୟ୍ୟକ୍ରମକୁ ମଧ୍ୟ ଏହି ମହାବିଦ୍ୟାଳୟ କ୍ୟାଡ଼େଟ୍ ମାନେ ଭାଗନେଇ ସଫଳତାର ସହ ଆଗେଇ ନେଇଛନ୍ତି । ଭାରତ ସରକାରଙ୍କର ନିର୍ଦେଶରେ ଏନ୍‌ସିସି ମହାନିର୍ଦ୍ଦେଶାଳୟ ନୂଆଦିଲ୍ଲୀଙ୍କ “ଏନ୍ ସି ସି ଯୋଗଦାନ” କାର୍ୟ୍ୟକ୍ରମେ ଅନ୍ତର୍ଗତ କରୋନା ସଂକ୍ରମଣ ସମୟରେ ସମସ୍ତେ ଗୃହ ବନ୍ଦୀ ଥିବା ସମୟରେ ଏହି ମହାବିଦ୍ୟାଳୟର ଏନ୍.ସି.ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟଙ୍କ ଦକ୍ଷତାପୂର୍ଣ୍ଣ ସୁପରିଚାଳନାରେ ଏହି ମହାବିଦ୍ୟାଳୟର ୫୦ ଜଣ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କୋଭିଡ ସହାୟତା କେନ୍ଦ୍ର କରାଯାଇ ଫୋନ୍ ମାଧ୍ୟମରେ ନିରବଛିନ୍ନ ଭାବେ ଦୈନିକ ୧୮ ଘଣ୍ଟା ସମୟ ଦେଇ ସଂକ୍ରମିତଙ୍କ ଅସୁବିଧା ସମ୍ପର୍କରେ ପଚାରିବୁଝି ଜିଲ୍ଲା ପ୍ରଶାସନର ଓ ବିଭିନ୍ନ ସେଚ୍ଛାସେବୀ ସଙ୍ଗଠନର ସହାୟତାରେ ବିଭିନ୍ନ କୋଭିଡ ସଂକ୍ରମିତଙ୍କୁ ତଥା ସେମାନଙ୍କ ପରିବାରକୁ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥିଲେ । କ୍ୟାଡ଼େଟ୍ ମାନଙ୍କର ଏହି “କୋଭିଡ଼ ସେବା” ପୁରୀ ଜିଲ୍ଲାର ପ୍ରଥମ ଓ ଏକମାତ୍ର କଲେଜ ହୋଇ ଜିଲାର ଅନେକ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସଂକ୍ରମିତ ହୋଇ ସଙ୍ଗରୋଧରେ ରହୁଥିବା ବୟସ୍କ ଲୋକଙ୍କୁ ସହଯୋଗ କରିବାକୁ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀ ମାଧ୍ୟମ ପାଲଟି ଥିଲା । ଜନସାଧାରଣଙ୍କୁ ରୋଗୀ ବୁହା ଯାନ (ଆମ୍ବୁଲାନ୍ସ) ସେବା, ଅମ୍ଳଜାନ ଟାଙ୍କି, ସଙ୍ଗରୋଧରେ ରହୁଥିବା ଲୋକଙ୍କୁ ଖାଦ୍ୟ, ଟିକାକରଣ କେନ୍ଦ୍ର, ପରୀକ୍ଷା କେନ୍ଦ୍ର ସଂକ୍ରାନ୍ତରେ ତଥ୍ୟ ଯୋଗାଇ ଦେବା ସହ କୋଭିଡ୍ ସଚେତନତା କରି ସାମାଜିକ ଗଣମାଧ୍ୟମ ଜରିଆରେ କରୋନା ମହାମାରୀ ବିଷୟରେ ସୂଚନା ଦେଇ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ । ଏହି ମହାନ ସମାଜ ସେବା “କୋଭିଡ ସେବା” ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ. ସୁଜାତା ମିଶ୍ର, ଷଷ୍ଠ ଓଡ଼ିଶା ଏନ୍ ସି ସି ବାଟାଲିୟନ ପୁରୀର କମାଣ୍ଡିଙ୍ଗ ଅଫିସର କଣ୍ଣେଲ ସୁଦର୍ଶନ ଯୋଶୀ ଓ ପ୍ରଶାସନିକ ଅଫିସର କଣ୍ଣେଲ ପ୍ରସୂନ କୁମାର ପଣ୍ଡାଙ୍କ ଠାରୁ ଆରମ୍ଭ କରି ଓଡିଶା ଏନ୍‌ସିସି ନିର୍ଦେଶାଳୟ ଏବଂ ପୁରୀ ଜିଲା ପ୍ରଶାସନଠାରୁ କ୍ୟାଡ଼େଟ୍‌ମାନେ ଅନେକ ପ୍ରଶଂସା ପାଇସାରିଛନ୍ତି । ଏବେ ଏହି ମହାନ ସମାଜ ସେବା ପାଇଁ ପୁରସ୍କାର ହିସାବରେ ସର୍ବଭାରତୀୟସ୍ତରୀୟ ଏନ୍‌ସିସି ମହାନିର୍ଦେଶାଳୟ ନୂଆଦିଲ୍ଲୀଙ୍କ ପକ୍ଷରୁ ମହାନିର୍ଦେଶାଳୟର ଅତିରିକ୍ତ ମହାନିର୍ଦେଶକ ମେଜର ଜେନେରାଲ ପିଏସ୍‌ ସେରାବତ, ସେବା ମେଡାଲ, ତାଙ୍କର ଓଡିଶା ଗ୍ରସ୍ତ ସମୟରେ ଷଷ୍ଠ ଓଡ଼ିଶା ଏନ୍‌ସିସି ବାଟାଲିୟନ ପୁରୀଠାରେ ଏହି ମହାବିଦ୍ୟାଳୟର କ୍ୟାଡେଟ କର୍ମଦା ପତିଙ୍କୁ ଡ଼ିଜି ଟ୍ରଫି ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡାଃ ମିଶ୍ର କ୍ୟାଡେଟମାନଙ୍କର ଏହିପରି ସଫଳତା ପାଇଁ ଏନ୍‌ସିସି ଅଧିକାରୀ ଲେଫ୍ଟନାଣ୍ଟ ଡାଃ ସୁନ୍ଦରାୟଙ୍କ ନେତୃତ୍ୱକୁ ଧନ୍ୟବାଦ ଦେବା ସହ ଏଥିପାଇଁ ମହାବିଦ୍ୟାଳୟ ଗର୍ବିତ ହେବା ସହ ଆଗାମୀ ଦିନରେ ଏହାକୁ ବଜାୟ ରଖିବାକୁ ସମସ୍ତ କ୍ୟାଡ଼େଟ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି ।

jay balangir
Leave A Reply

Your email address will not be published.

5 + eight =