pakka

ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ପୋଖରୀ ସଫେଇ କାର୍ଯ୍ୟ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ବୁଡାମାଲ ସରକାରୀ ପୋଖରୀ ପାଣି ଅତି ଖରାପ ହୋଇ ଯାଇଥିବାରୁ ତାକୁ ବ୍ଳିଚିଙ୍ଗ ପାଉଡର ଓ ଚୁନ ପକାଇ ସଫା କରାଯାଇଛି । ସୂଚନା ଅନୁସାରେ ଏହି ପୋଖରୀ ପାଣି ଅତ୍ୟନ୍ତ ଖରାପ ହେବାରୁ ଲୋକେ ବ୍ୟବହାର କରିପାରୁ ନଥିଲେ । ଏହି ଗାଁରେ ଏକ ମାତ୍ର ସରକାରୀ ପୋଖରୀ ଥିବାରୁ ଗାଁ ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ବିଷୟରେ ସାମ୍ବାଦିକ ଯୁଧିଷ୍ଠିର ବାରିକ ପଦ୍ମପୁର ଆର୍‌ଡବ୍ଲୁଏସ୍‌ଏସ୍‌ର ଜେଇ ରବିନ୍ଦ୍ର ମହାପାତ୍ରଙ୍କୁ ଅବଗତ କରାଇବାରୁ ସେ ସହଯୋଗ କରିଥିଲେ ଏବଂ ଉପଜିଲ୍ଲାପାଳ ତ୍ରୀଲୋଚନ ପାତ୍ରଙ୍କୁ ମଧ୍ୟ ଜଣାଇବାରୁ ସେ ମଧ୍ୟ ସହଯୋଗ କରିଥିଲେ । ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେର ସମାଜ ସେବାପାଇଁ ହେଉ କି ସରକାରୀ କ୍ଷେତ୍ରରେ ହେଉ ବୁଡାମାଲ ଗ୍ରାମ ପଞ୍ଚାୟତ ପାଇଁ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । ତାଙ୍କର ରାଜନୈତିକ ଜୀବନରେ ଲାଞ୍ଚକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ପଞ୍ଚାୟତରେ ଚତୁର୍ଭୁଜ ମେହେରଙ୍କ ପୂର୍ବରୁ ଲାଞ୍ଚ କାରବାରରେ ଦୁର୍ନୀତି ଚାଲିଥିଲା, ହେଲେ ଚତୁର୍ଭୁଜ ମେହେର ସରପଞ୍ଚ ହେଲା ଦିନଠାରୁ ତାହା ବନ୍ଦ ହୋଇଛି ।

jay balangir
Leave A Reply

Your email address will not be published.

eighteen − 15 =