pakka

ସର୍ବଭାରତୀୟ କରାଟେରେ ଟିଟିଲାଗଡ଼ ୪୬ ଓ ସଇଁନ୍ତଲା ୩ ପଦକ ହାସଲ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜଧାନୀ ଭୁବନେଶ୍ୱରରେ ଉତ୍କଳ କରାଟେ ସ୍କୁଲଠାରେ ସର୍ବଭାରତୀୟ କେରାଟେ ଚାମ୍ପିୟାନସିପ୍‌ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬ ଶହରୁ ଅଧିକ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ତେବେ ସଇଁନ୍ତଲା ଉତ୍କଳ କରାଟେ ସ୍କୁଲର ୭ ଜଣ ଅଂଶ ଗ୍ରହଣ କରିଥିବା ବେଳେ ୩ ଜଣ ପଦକ ହାସଲ କରିଛନ୍ତି । ରାଜ ଅଗ୍ରୱାଲ (ରୋପ୍ୟ), ଜନବୀ ମେହେତ (ବ୍ରୋଞ୍ଚ), ଏକଲବ୍ୟ ନାଗ (ବୁଚ) ପଦକ ହାସଲ କରିଛନ୍ତି । ପ୍ରତିଯୋଗୀମାନଙ୍କୁ ପ୍ରଶିକ୍ଷକ ମୁକେଶ କୁମାର ସାହୁଙ୍କ ଆନୁକୂଲ୍ୟରେ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରି ପଦକ ହାସଲ କରିଛନ୍ତି । ବିଜୟୀ ପ୍ରତିଯୋଗୀମାନଙ୍କୁ ସାମ୍ବାଦିକ ତରୁଣ ବେହେରା, ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁନ୍ତଲା ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଟିଟିଲାଗଡ଼ ଉତ୍କଳ କରାଟେ ସ୍କୁଲର ୨୦ ଜଣ ବାଳିକା ଓ ୩୦ ଜଣ ବାଳକ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୬ ଗୋଟି ସ୍ୱର୍ଣ୍ଣ ପଦକ, ୧୧ ଗୋଟି ରୌପ୍ୟ, ୨୯ ଗୋଟି ତାମ୍ର ପଦକ ସହ ମୋଟ ୪୬ ଗୋଟି ପଦକ ହାସଲ କରିଛନ୍ତି । ବିଜୟୀ ପ୍ରତିଯୋଗୀମାନଙ୍କୁ ଟିଟିଲାଗଡ଼ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଥିଲା ।

jay balangir
Leave A Reply

Your email address will not be published.

4 + eight =