pakka

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୟଙ୍ଗ୍‌ ଷ୍ଟୁଡେଣ୍ଟ୍‌ ଦଳ ବିଜୟୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଅଷ୍ଟମ ଦିନରେ ୟଙ୍ଗ୍‌ ଷ୍ଟୁଡେଣ୍ଟ୍‌ ଓ ଏଲଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ ଟସ୍‌ ଜିଣି ପ୍ରଥିମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ବିନିମୟରେ ୨୬୦ ରନ୍‌ର ବିଶାଳ ସ୍କୋର କରିଥିଲେ । ଦଳ ପକ୍ଷରୁ ସୁଶାନ୍ତ ମେହେର ସର୍ବାଧିକ ୭୧, ଅଜୟ ନାଗ ୪୧ ଓ ସୁଜିତ ଜେନା ୩୯ ରନ୍‌ ସଂଗ୍ରହର କରିଥିଲେ । ୟଙ୍ଗ୍‌ ଷ୍ଟୁଡେଣ୍ଟଦଳ ତରଫରୁ ସଫଲ ବୋଲର ଭାବେ ସୁଭମ ସାହୁ ୩ ଗୋଟି ଓ ସ୍ୱାଗତ ପଟ୍ଟନାୟକ ୨ ଗୋଟି ୱିକେଟ ଅକ୍ତିଆର କରିଥିଲେ । ୨୬୦ ରନ୍‌ର ବିଶାଳ ସ୍କୋରକୁ ପିଛା କରିବାକୁ ଯାଇ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ୪୪.୧ ଓଭରରେ ୪ ୱିକେଟ୍‌ ବିନିମୟରେ ୨୬୧ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ଆଶିଷ ଭୋଇ ସର୍ବାଧିକ ୮୦, ମାନସ ରଂଜନ ମିଶ୍ର ୭୬ ଓ ସ୍ୱାଗତ ପଟ୍ଟନାକୟ ୩୫ ରନ୍‌ ସଂଗ୍ରହ କରିଥିଲେ । ପାଟଣାଗଡ଼ ତରଫରୁ ସୁଜିତ ଜେନା ୩ ଗୋଟି ୱିକେଟ ଅକ୍ତିଆର କରିଥିବା ବେଳେ ଅନ୍ୟ କୌଣସି ବୋଲର ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ । ଫଳରେ ୨୬୦ରନ୍‌ ବିଶାଳ ସ୍କୋର କରିଥିଲେ ସୁଦ୍ଧା ପାଟଣାଗଡ଼ ଦଳ ୬ ୱିକେଟରେ ପରାସ୍ତ ହୋଇଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ ।

jay balangir
Leave A Reply

Your email address will not be published.

seven − one =