ଗିରଫ ହେଲେ ବୌଦ୍ଧର ଡେପୁଟି କଲେକ୍ଟର ଶରତ ବାଗ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କରିଛି ପୋଲିସ୍ । ଶରତ ବାଗ ନିଜ ସଂପର୍କୀୟଙ୍କ ସହ ମିଶି ମାଡ଼ ମାରିଥିବା ନେଇ ଝାରସୁଗୁଡା ବିଟିଏମ ପାଣ୍ତିରେ ଅଭିଯୋଗ କରିଥିଲେ ତାଙ୍କ ଧର୍ମପତ୍ନୀ । ପତ୍ନୀଙ୍କ ‌ଦ୍ୱାରା ଶରତଙ୍କ ନାମରେ ନିର୍ୟ୍ୟାତନା ଅଭିଯୋଗ ହେବା ପରେ ମଙ୍ଗଳବାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଝାରସୁଗୁଡା ପୋଲିସ କ୍ଷ କିଛି ଦିନ ତଳେ ଶରତ ବାଗ କୌଣସି କାମରେ ଝାରସୁଗୁଡ଼ା ଯାଇଥିଲେ । ପତ୍ନୀ ତାଙ୍କୁ ପିଛା କରି ସେଠାରେ ପହଞ୍ଚିଥିଲେ ଏବଂ ଅନ୍ୟ ଏକ ନାରୀ ସହ ଥିବା ଦେଖିଥିଲେ । ଫଳରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ଶରତଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୨୯୪, ୫୦୬, ୩୭୯ ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାରେ କାର୍ଯ୍ୟରତ ଥିବା ଡେପୁଟି କଲେକ୍ଟର ଶରତ ବାଗ ଆଜି ପୋଲିସ ‌ଦ୍ୱାରା ଗିରଫ ହୋଇଛନ୍ତି ।

Leave A Reply

Your email address will not be published.