ଦେଓଗାଁରେ ଦିନକରେ ୭୩ ଚିହ୍ନଟ : ବିଗତ ୨୯ଦିନରେ ୩୧୦ ସଂକ୍ରମିତ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ମାସ ୧୧ ତାରିଖରୁ ଶନିବାର ଦିନ ପର୍ଯ୍ୟନ୍ତ ୨୩୭ଜଣ ଚିହ୍ନଟ ହୋଇଥିଲେ । ହେଲେ ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନରେ ୭୩ଜଣ ପଜିଟିଭ ହୋଇଥିବା ସରକାରୀ ରିପୋର୍ଟ ଆସିଛି । ଏହାମଧ୍ୟରୁ କେବଳ କୁତୁର୍ଲା ପଞ୍ଚାୟତ ଅଧିନରେ ୪୬ଜଣ ଚିହ୍ନଟ ହୋଇଛନ୍ତି । ଦେଓଗାଁ ବ୍ଲକରେ କରୋନାର ସଂଖ୍ୟା ଖେଳ ବିଗତ ୨୯ଦିନରେ ୩୧୦ଜଣ କାରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

18 + fifteen =

error: Content is protected !!