ସାକାରାତ୍ମକ ଭାବନା କରୋନା ସଂକ୍ରମଣ ସମୟରେ ଅମୃତ ତୁଲ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମନସ୍ତତ୍ତ୍ୱବିଦ୍‌ ମାନଙ୍କ କହିବା ଅନୁସାରେ ସାକାରାତ୍ମକ ଭାବନା କରୋନା ସଂକ୍ରମଣ ସମୟରେ ଅମୃତ ତୁଲ୍ୟ । ପ୍ରତି ମୁହୂର୍ତ୍ତରେ ଜିଣିବାର ମାନସିକତା କରୋନାକୁ ପରାସ୍ତ କରି ପାରିବ । ମନୋବଳ ବଳିଷ୍ଠ ହେଲେ, କରୋନାକୁ ସାମ୍ନା କରିବାକୁ ଅନ୍ତଃଚେତନା ଉଦୟ ହେବ । ମନସ୍ତତ୍ତ୍ୱବିଦ୍‌ ମାନେ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ମାନସିକ ସ୍ତରରେ ସାମାନ୍ୟ ଦୁର୍ବଳ ତଥା ଭୟାଳୁ, ସେମାନଙ୍କ ପାଇଁ କରୋନା ଘାତକ ହୋଇପାରେ । ଏଣୁ କରୋନା ପ୍ରତି ଭୟାତୁର ନ ହୋଇ କରୋନାକୁ ପରାସ୍ତ କରିବା ପାଇଁ ମନୋବଳକୁ ସୁଦୃଢ଼ କରିବା ଏକାନ୍ତ ବାଂଛନୀୟ ।

ଏଭଳି ମହାମାରୀର ସଂକ୍ରମଣ କାଳରେ ସମସ୍ତେ ସଚେତନ ହେବା ଏକାନ୍ତ ଆବଶ୍ୟକ । ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା ବିଷୟକୁ ମନ୍ତ୍ର କରି ନିହାତି ଦରକାର ନ ହେଲେ ଘରୁ ବାହାରିବା ଉଚିତ ନୁହେଁ । ସରକାରଙ୍କ ଦ୍ୱାରା ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ କରାଯାଇଥିବା ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ବ୍ୟବସ୍ଥାକୁ ମାନିବା ସହ କରୋନା ଗାଇଡ଼ ଲାଇନ୍‌ ପାଳନ କରିବା ବିଧେୟ ।

Leave A Reply

Your email address will not be published.

one × 3 =