om academy

ରାଜ୍ୟରେ ଗତ ୨୪ ଘଂଟାରେ ୧୦,୦୩୧ ଆକ୍ରାନ୍ତଙ୍କ ସଂଖ୍ୟା : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୭୬୦

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅମାନିଆ କରୋନା ସଂକ୍ରମଣ ବ୍ୟାପୁଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୦୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୪,୭୬୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୪୦୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୪୫୬, ବାଲେଶ୍ୱରରୁ ୨୩୦, ବରଗଡ଼ରୁ ୪୫୦, ଭଦ୍ରକରୁ ୨୪୮, ବଲାଙ୍ଗିରରୁ ୨୭୪, ବୌଦ୍ଧରୁ ୧୮୩, କଟକରୁ ୭୨୦, ଦେବଗଡ଼ରୁ ୧୧୮, ଢେ଼ଙ୍କାନାଳରୁ ୨୪୪, ଗଜପତିରୁ ୮୯, ଗଂଜାମରୁ ୨୦୯, ଜଗତସିଂହପୁରରୁ ୧୧୫, ଯାଜପୁରରୁ ୩୨୮, ଝାରସୁଗୁଡ଼ାରୁ ୪୧୮, କଳାହାଣ୍ଡିରୁ ୪୩୩, କନ୍ଧମାଳରୁ ୭୫, କେନ୍ଦ୍ରାପଡ଼ାରୁ ୨୪୩, କେଉଁଝରରୁ ୧୬୬, ଖୋର୍ଦ୍ଧାରୁ ୧୩୨୯, କୋରାପୁଟରୁ ୧୪୨, ମାଲକାନଗିରିରୁ ୬୨, ମୟୁରଭଂଜରୁ ୨୦୭, ନବରଂଗପୁରରୁ ୩୦୬, ନୟାଗଡ଼ରୁ ୨୬୯, ନୂଆପଡ଼ାରୁ ୩୧୧, ପୁରୀରୁ ୭୦୮, ରାୟଗଡ଼ାରୁ ୧୩୨, ସମ୍ବଲପୁରରୁ ୩୦୨, ସୋନପୁରରୁ ୧୬୯, ସୁନ୍ଦରଗଡ଼ରୁ ୮୨୪ ଓ ଷ୍ଟେଟ ପୁଲ୍‌ରୁ ୨୭୧ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.