ଦେଓଗାଁ ବ୍ଲକରେ ପୁଣି ୨୮ଜଣ କରୋନା ରୋଗୀ ଚିହ୍ନଟ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୨୮ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକର ୨୮ଜଣଙ୍କ ମଧ୍ୟରୁ ସର୍ବାଧିକ ଦେଷଣ୍ଢ ପଞ୍ଚାୟତରେ ୯ଜଣ ଓ ଗୌଡଗୋଠ, ଉଡ଼ାର ପଞ୍ଚାୟତରେ ୩ଜଣ ଲେଖାଏଁ ଚିହ୍ନଟ ହେଇଥିବା ବେଳେ ବଡବନ୍ଧ, ଜରାସିଂହା, କୁତୁର୍ଲା ଓ ମହଲାଇ ପଞ୍ଚାୟତରେ ୨ଜଣ ଲେଖାଏଁ ଏବଂ ବନ୍ଧପଡ଼ା, ଦେଓଗାଁ, ଗୁଡ଼ଖାପଲା, ସାଲେପାଲି ଓ ଉପରଝର ପଞ୍ଚାୟତରେ ଜଣେ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଥିବାର ସରକାରୀ ରିପୋର୍ଟ ଆସିଛି ।

Leave A Reply

Your email address will not be published.

three + 3 =