ରାଜୀବନଗର ନିବାସୀ ସନ୍ତୋଷ ବେହେରାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜୀବନଗର ନିବାସୀ ସେନା ନିବୃତ କର୍ମଚାରୀ ସନ୍ତୋଷ ବେହେରା (୭୭)ଙ୍କ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ବେହେରା ଗତ ୩ ତାରିଖ ସକାଳରେ ଘର କାର୍ଯ୍ୟ ସାରି ମାଲପଡା ସ୍ଥିତ ସମ୍ପର୍କିୟ ଘରକୁ ବୁଲିବାକୁ ଯାଇଥିଲେ ଏବଂ ଦ୍ୱିପହର ୧୧ଟାରେ ତାଙ୍କ ବାସଭବନକୁ ଫେରିଥିଲେ । ରାତ୍ରି ଭୋଜନ ପରେ ବାନ୍ତି ଏବଂ ଦେହ ଅସୁସ୍ଥ ହେବାରୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ୍‌କୁ ପରିବାର ଲୋକ ନେଇ ଭର୍ତ୍ତି କରିଥିଲେ । ମେଡିକାଲ୍‌ରେ ଚିକିତ୍ସା ଅବସ୍ଥାରେ ଶ୍ରୀ ବେହେରାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଶ୍ରୀ ବେହେରାଙ୍କ ମୃତ୍ୟୁଙ୍କୁ ଲୋକେ ଅଂଶୁଘାତ ଜନିତ ବୋଲି ଆଶଂକା କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡିବ । ଆଜି ଟିଟିଲାଗଡ ରାସ୍ତାରେ ଥିବା ସ୍ୱର୍ଗଦ୍ୱାରରେ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା । ଶ୍ରୀ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁକୁ ଦାନ କରାଯାଇଥିଲା । ଶ୍ରୀ ବେହେରାଙ୍କ ଅନ୍ତେଷ୍ଟିକ୍ରିୟାରେ ଏକମାତ୍ର ପୁଅ ଅନନ୍ତ ବେହେରା, ଦୁଇଟି ଝିଅ ଆନନ୍ଦିନୀ ବେହେରା ଓ ବିଦ୍ୟୁତଲତା ବେହେରା, ନାତିନାତୁଣି ତଥା ସହର ଏବଂ ତଥା ଆଖପାଖର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସମ୍ପର୍କିୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶ୍ରୀ ବେହେରାଙ୍କ ପରଲୋକରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.