pakka

ବିଜେଡ଼ି ନେତା ଶରତ ଚନ୍ଦ୍ର ପୁଝାରୀଙ୍କ ଦେହାନ୍ତ

bbehera

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳେ ନିଜ ବାସଭବନ ଡ଼ମ କର୍ଲାଖୁଣ୍ଟା ପଞ୍ଚାୟତର ପାଜିବାହାଲି ଗ୍ରାମ ଠାରେ ଶରତ ଚନ୍ଦ୍ର ପୁଝାରୀଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କର ସ୍ତ୍ରୀ ଚଞ୍ଚଳା ପୁଝାରୀ, ବଡ଼ ପୁଅ ଆଶିଷ ପୁଝାରୀ, ସାନ ଝିଅ ତନିଶା ପୁଝାରୀ, ପୁତୁରା ଗିରି ପୁଝାରୀ, ଗୋବର୍ଦ୍ଧନ ପୁଝାରୀ ଓ ସପରିବାର ବନ୍ଧୁବାନ୍ଧବ ସମସ୍ତେ ଉପସ୍ଥିତ ଥିଲେ । ସେ ଜଣେ ଜଣାଶୁଣା ସୁଖ ଦୁଃଖର ସାଥୀ ବରିଷ୍ଠ ଓ ଟାଣୁଆ ବିଜେଡି ନେତା ହେବା ସହ ଡ଼ମ କର୍ଲାଖୁଣ୍ଟା ଠାରେ ନୂତନ ପଞ୍ଚାୟତ ହେବାରେ ତାଙ୍କର ଅବଦାନ ଅତୁଳନୀୟ ଅଟେ । ସେ ଦୁଇ ଥର ସରପଞ୍ଚ ହୋଇଥିଲେ । ସେ ମଦନପୁର ରାମପୁର ଅଞ୍ଚଳବାସୀଙ୍କ ପ୍ରିୟ ନେତା ଥିଲେ । ମ. ରାମପୁରରୁ ଗୋବିନ୍ଦ ଶତପଥୀ, ପ୍ରଦୀପ ପାଣିଗ୍ରାହୀ, ନବୀନ ପଧାନ, କୀର୍ତ୍ତନ ସାହୁ, ଚିତ୍ତରଞ୍ଜନ ବାଗ, ଭଗବାନ ଭୋଇ ଓ ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ସୁଦାମ ପାତ୍ର, ବିଜୟ ସାହୁ, ରାମ ଚନ୍ଦ୍ର ପଧାନ, ରାଜୀବ ପୁଝାରୀ, ଦୁଃଶାସନ ସାହୁ, ମହାଦେବ ଛତ୍ରିଆ, ଭଜ ଛତ୍ରିଆ, ଜଗଦୀଶ ଦିପ, ହେମରଜ୍ ସାହୁ, ମନୋହର ପାତ୍ର, ବିଘ୍ନ ଚରଣ ଜେନା, ଲିଙ୍ଗରାଜ ବିଭାର, ବଲଦେବ ସାହୁ, ମଣ୍ଟୁ ପୁଝାରୀ, ଫାଲଗୁନି ପୁଝାରୀ, ଗୁରୁ ଧଙ୍ଗଡାମାଝି, ନିରଞ୍ଜନ ସରାପ, ଫକିର ରଣା, ଗୁଣନିଧି ଧରୁଆ, ଜୟନ୍ତ ଛତ୍ରିଆ, ମନୋଜ ସାହୁ, ନିରଞ୍ଜନ ସାହୁ, ଲବ ଛତ୍ରିଆ, କୁନୁ ଛତ୍ରିଆ, ବାବୁଲା ଧଙ୍ଗଡାମାଝୀ, ଲୋଚନ ଭୋଇ, ଗୋବିନ୍ଦ ଧାରୁଆ, ସୁଦାମ ଛତ୍ରିଆ, ଗିରି ପାତ୍ର ଓ ଅଞ୍ଚଲର ହଜାର ହଜାର ଲୋକ ଉପସ୍ଥିତ ରହି ତାଙ୍କରି ଅନ୍ତିମ ଦର୍ଶନ କରିଥିଲେ । ବଡ଼ ପୁଅ ଆଶିଷ ମୁଖଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

five + 2 =

error: Content is protected !!