om academy

ଦିବଙ୍ଗତ ସାମ୍ବାଦିକ ଦୀପକ ମିଶ୍ରଙ୍କ ଶବ ସତ୍କାର ପାଇଁ ରେଡ୍‌କ୍ରସ୍ ପକ୍ଷରୁ ସହାୟତା ରାଶି ପ୍ରଦାନ

jsm

ଡ଼େଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦିବଙ୍ଗତ ସାମ୍ବାଦିକ ଦୀପକ ମିଶ୍ରଙ୍କ ବିୟୋଗରେ ଡ଼େଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ଼େଲାଙ୍ଗ ତହସିଲଦାର ମହେନ୍ଦ୍ର ବଢେଇ, ବିଡିଓ ଦିଲୀପ କୁମାର ଷଡଙ୍ଗୀ, ଓ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଦିବଙ୍ଗତ ଦୀପକଙ୍କ ବାସଭବନ ଠାରେ ପହଁଚି ତାଙ୍କ ଭାଇ ଗୋବିନ୍ଦ ମିଶ୍ରଙ୍କୁ ରେଡ୍‌କ୍ରସ୍ ପକ୍ଷରୁ ଶବ ସତ୍କାର ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି । ସୂଚନା ଥାଉକି ଗତ ୭ ଦିନ ହେବ ଦୀପକ ବ୍ରେନ ଷ୍ଟୋକ୍‌ରେ ପୀଡିତ ହୋଇ ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରବିବାର ଅପରାହ୍ନରେ ତାଙ୍କର ଅକାଳ ବିୟୋଗ ଘଟିଥିଲା ।

Leave A Reply

Your email address will not be published.

four + eleven =