pakka

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଉଦ୍‌ଯାପିତ

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୯ତମ ବାର୍ଷିକ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ତିନି ଦିନ ଧରି ଚାଲିଥିବା ମହୋତ୍ସବର ଉଦଘାଟନୀ ସମାରୋହରେ ସମାଜସେବୀ ହରିଶଙ୍କର ମାଝୀ, ଉଦ୍ୟୋଗପତି ଧୀରେନ୍ଦ୍ର ଖେତାନ୍‌, ସଂସ୍କୃତି ଗବେଷକ ଜଗୁଲାଲ ଭୋଇ, ବୁଢ଼ୀପଦର ଗୈାନ୍ତିଆ କୁବେର ମାଝୀ, ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶତ୍ରୁଘନ ଧଙ୍ଗଡ଼ାମାଝୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଦେବଗିରି ମଠର ପୂର୍ବତନ ଟ୍ରଷ୍ଟି କାହ୍ନୁଚରଣ ଧଙ୍ଗଡ଼ାମାଝୀ, ମଠର ସେବିକା ସତ ଗଉଡ଼, ସରିଆଁ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର କଳା ସଂସ୍କୃତି ପରିଷଦ ଶାଖା ସମେତ ମରଣୋତ୍ତର ଭାବେ ମଠର ପୂର୍ବତନ ଟ୍ରଷ୍ଟି ସ୍ୱର୍ଗତ ଆର୍ତ୍ତତ୍ରାଣ ଭୋଇ ଓ ସ୍ୱର୍ଗତ ଚନ୍ଦ୍ରଭାନୁ ଧଙ୍ଗଡ଼ାମାଝୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଳା ସଂସ୍କୃତି ପରିଷଦର କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷିତ ହୋଇଥିଲା ।

ଦ୍ୱିତୀୟ ସନ୍ଧ୍ୟାରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁନୀଲ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ବାର୍ଷିକ ଉତ୍ସବ ସମାରୋହରେ ନର୍ଲା ଓକିଲ ସଂଘ ସଭାପତି ଚନ୍ଦ୍ରଶେଖର ଚାନ୍ଦ, ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ବରିଷ୍ଠ ସାମ୍ବାଦିକ ମନୋଜ ଷଡ଼ଙ୍ଗୀ, ବିଶିଷ୍ଟ କୃଷକ ବୈଷ୍ଣବ ମାଝୀ, ରାକ୍ସି ସରପଞ୍ଚ ଚନ୍ଦ୍ରମା ଧଙ୍ଗଡ଼ାମାଝୀ ଅତିଥି ଭାବେ ମଞ୍ଚାସୀନ ଥିଲେ । ଯୁବ ଲେଖକ ଡିଲେଶ୍ୱର ରଣା ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋଜ ଷଡ଼ଙ୍ଗୀ, ରଞ୍ଜନ ମହାନ୍ତି, ଚିନ୍ତାମଣି ନାଏକ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତ୍ରିନାଥ ଶ୍ୟାମ କୁମାର ଏବଂ ମରଣୋତ୍ତର ଭାବେ ଦେବଗିରି ମଠର ପୂର୍ବତନ ସେବାୟତ ଦୁର୍ବାଦଳ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପଶ୍ଚିମ ଓଡ଼ିଶାର ମହାନ ଲୋକକଳା ଦଣ୍ଡ ନୃତ୍ୟ ପରିବେଷିତ ହୋଇଥିଲା ।

ଉଦ୍‌ଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ସମାରୋହରେ ଅତିଥି ଭାବେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସଞ୍ଜୟ ଶତପଥୀ, ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ନାରୀନେତ୍ରୀ ପ୍ରମିଳା ପଧାନ, ଯୁବ ସମାଜସେବୀ ଦେବେନ୍ଦ୍ର ନାଏକ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ଯୁବ କଳାକାର ମାନସ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର ଧଙ୍ଗଡ଼ାମାଝୀ ।

ଏହି ଅବସରରେ ହରେକୃଷ୍ଣ ଭୋଇଙ୍କୁ ଦେବଗିରି ସମ୍ମାନ, ଲିପ୍‌ସାମୟୀ ଦୁବେଙ୍କୁ ଦେବଗିରି ଯୁବ ସମ୍ମାନ, ସୁରେଶ ସାଗରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ଦେବେନ୍ଦ୍ର ବିଶିଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, କୈଳାସ ନାଏକଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ସତ୍ୟ ନାଏକଙ୍କୁ ଦେବଗିରି ଲୋକଗୀତ ସମ୍ମାନ, ଦୀପକ ସାହୁଙ୍କୁ ଦେବଗିରି ସମାଜସେବା ସମ୍ମାନ, ସନ୍ତୋଷ କରଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ସୁମିତ ଧଙ୍ଗଡ଼ାମାଝୀଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ଓ ଭୁପେନ୍ଦ୍ର ଦୀପଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସଭା ପ୍ରାରମ୍ଭରେ ଅନୁଷ୍ଠାନର ଧ୍ୟେୟ ସଂଗୀତ ଜୟ ଦେବଗିରି ପରିବେଷିତ ହୋଇଥିବାବେଳେ ଗୁରୁ କୈଳାସ ନାଏକଙ୍କ ଦଳ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ । ପରେ ପରେ ଆୟୋଜିତ ନୃତ୍ୟ ଆସରକୁ ବିଶିଷ୍ଟ ମଞ୍ଚ ଉପସ୍ଥାପକ ସୁଧୀର ନାଏକ ସଂଯୋଜନା କରିଥିବାବେଳେ ହାସ୍ୟ କଳାକାର ଓମ୍‌ପ୍ରକାଶ ମାଝୀ ସହଯୋଗ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶାର ଶତାଧିକ କଳାକାର ଭାଗନେଇ କଳା ପ୍ରଦର୍ଶନ କରିଥିଲେ । ଏଥିରେ କଳାକାର ଶରତ ଭୋଇ, ଗଗନ ପଧାନ, ଆଶୁତୋଷ କହଁର (ରାଜା), ତପନ ଭୋଇ, ଜିତେନ୍ଦ୍ର ସାହୁ, ବିନୟ ସାହୁ, ସୁଶ୍ରୀ ବିଜୟଲଷ୍ମୀ ଧଙ୍ଗଡ଼ାମାଝୀ, ସଲିଲ ଧଙ୍ଗଡ଼ାମାଝୀ, ସୁନିତା ଧଙ୍ଗଡ଼ାମାଝୀ, ବାଲ୍ମୀକି କରୁଆଁ, ପୀୟୂଷ ଧଙ୍ଗଡ଼ାମାଝୀ, କେଶବ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

8 − 7 =