pakka

ଗାୟତ୍ରୀ ପରିବାର ଦ୍ୱାରା ବିଜୟା ଦଶମୀ ପର୍ବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗାୟତ୍ରୀ ପରିବାର ଟ୍ରଷ୍ଟ ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ପବିତ୍ର ବିଜୟା ଦଶମୀ ପର୍ବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ରିର ଶେଷଦିନରେ ପୂର୍ଣ୍ଣହୁତିକ୍ରମରେ ବିଜୟା ଦଶମୀ ପାଳନ କରାଯାଏ । ସମାଜରେ ଅନିଷ୍ଟ କରୁଥିବା ଆଶୁରିକ ଶକ୍ତିମାନଙ୍କର ଏବଂ ଦୁଷ୍ଟ ବ୍ୟକ୍ତିମାନଙ୍କର ସାମୁହିକ ପ୍ରତିରୋଧ କରିବା ପାଇଁ ଆମେ ସଂଗଠନ ଶକ୍ତି ସହିତ ପ୍ରୟାସ କରିବା ଉଚିତ୍‌ । ଅସତ୍ୟ ଉପରେ ସତ୍ୟର ଜୟ ତଥା ଶକ୍ତି ଅର୍ଜନ ଏବଂ ଉପାସନା କରିବାର ପର୍ବ ହେଉଛି ଦଶହରା ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଗାୟତ୍ରୀ ଯଜ୍ଞ, ସଂସ୍କାର ଓ କନ୍ୟା ପୂଜନ ଇତ୍ୟାଦି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସମସ୍ତଙ୍କ ପାଇଁ ନିରୋଗ ଜୀବନ ତଥା ମଙ୍ଗଳମୟ ଭବିଷ୍ୟତ ପ୍ରାପ୍ତି ହେଉ ବୋଲି ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.

two × one =