pakka

ଡାଳୁଆ ଧାନ ଚାଷ କରି ବିକ୍ରି କରିବାରୁ ବଞ୍ଚିତ ହେବେ ୪୧ଜଣ ଚାଷୀ : ତୁରନ୍ତ ପଞ୍ଜିକରଣ କରିବାକୁ ଜିଲ୍ଲାପାଳଙ୍କ ଠାରେ ଦାବୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୨୦ ବର୍ଷ ହେଲା ଡାଳୁଆ ଧାନ ଚାଷ କରୁଛୁଁ । ଡାଳୁଆ ଧାନ ଚାଷ ବାବଦରେ ପ୍ରତି ବର୍ଷ ବିଦ୍ୟୁତ ବିଲ ପଇଠ କରୁଛୁଁ ହେଲେ ପ୍ରତି ବର୍ଷ ପରି ଚଳିତ ବର୍ଷ ଧାନ ଚାଷ କରିଥିଲେ ମଧ୍ୟ ପେକ୍ସ କର୍ତ୍ତୃପକ୍ଷ ଡାଳୁଆ ଧାନ କିଣିବା ପାଇଁ ପଞ୍ଚିକୃତ କରୁ ନାହାନ୍ତି । ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗିର ସଦର ବ୍ଳକ ଅନ୍ତର୍ଗତ କୁଠୁର୍ଲା ପ୍ରାଥମିକ ସମବାୟ ସମିତି ଅଧିନରେ ଥିବା କୁଠୁର୍ଲା ଗାଁର ଚାଷୀମାନେ । ଚାଷୀମାନେ କହିବା ଅନୁସାରେ ଗାଁ ପ୍ରାୟ ୪୧ ଜଣ ଚାଷୀ ବିଭିନ୍ନ ସୋର୍ସରୁ ୧୦୦ ଏକର ଧାନ ଚାଷ କରିଥାନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିଛନ୍ତି । ପେକ୍ସକୁ ଯାଇ ପଞ୍ଜିକରଣ କରି ଯାଇଥିବା ବେଳେ କୁଆଡ଼େ ବାରଣ କରିଥିବା ବିଷୟରେ ଗତ ୧୨ ତାରିଖ ଦିନ ବଲାଙ୍ଗିର ଜିଳ୍ଲାପାଳଙ୍କ ଲିଖତ ଭାବେ ଜଣାଇଥିବା ଜଣାପଡ଼ିଛି । ଏପରି କି ଗତ ୫ ତାରିଖ ଦିନ ବଲାଙ୍ଗିର ଜିଳ୍ଲାପାଳ କାର୍ୟ୍ୟାଳୟରୁ ନୁସନ୍ଦାନ କରିବା ପାଇଁ ପେକ୍ସ ସଂପାଦକ, ଆର.ଆଇ ଓ ଗ୍ରାମ୍ୟ କୃଷି କର୍ମୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି । ଏସଂକ୍ରାନ୍ତରେ ଏସିଆରସିଏସ ରବିନ୍ଦ୍ର ପଣ୍ଡାଙ୍କୁ ପଚାରିବାକୁ କେନାଲ, ନଦୀ କିମ୍ବା ଗଭୀର ନଳକୂପରୁ ଚାଷ କଲେ ପଞ୍ଜିକୃତ କରାଯାଉଛି । ବାକି ଅନ୍ୟାନ୍ୟ ସୋର୍ସରୁ ଚାଷ କଲେ ରାଜସ୍ୱ, କୃଷି ବିଭାଗ ପକ୍ଷରୁ ତଦନ୍ତ କଲାପରେ ନିଷତ୍ତି ନିଆଯିବାର ନିୟମ କରାଯାଇଛି ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ଆସନ୍ତା ୧୧ ତାରିଖ ଦିନ ହୋଇଥିବା ଧାନ ଚାଷର ଧାନ କିଣିବା ପାଇଁ ଆନୁଷ୍ଠାନିକ ଭାବେ ମଣ୍ଡି ଖୋଳାଯିବ । ଏହି ସମୟ ସୀମା ମଧ୍ୟରେ ୪୧ ଜଣ ଚାଷୀ ଯଥା ସୁବାସେ ପଧାନ, ମୁନୁ ମାଝୀ, ଅରତ ଖମାରୀ, ସୁବ୍ରତ ଦାଶ, କୈଳାଶ ଖମାରୀ, ଭୀମ ମାଝୀ, ହେମ ସାଗର ଖମାରୀ, ବୁଳୁ ପଧାନ, ଇନ୍ଦ୍ର କଲାରୀ, ଲକ୍ଷ୍ମଣ ମଙ୍ଗାଳ, ହରି ମାଝୀ, ବବୁଳୁ ପଧାନ, ଜ୍ୟକୃଷ୍ଣ ମେ‌ଶ୍ୱା, ନୀଳାଞ୍ଚଳ ଦାଶ, ଭାଗ୍ୟବାନ ସାହୁ ପ୍ରମୁଖଙ୍କ ଧାନ ଆଇନ ଅନୁସାରେ ବିକ୍ରୟ ନ ହେଲେ ହଇରାଣ ହେବା ନିଶ୍ଚିତ ହୋଇ ପଡ଼ିଛି । ତେଣୁ ତୁରନ୍ତ ଧାନ ବିକ୍ରୟ ପାଇଁ ପଦକ୍ଷେପ ନେବାକୁ ଚାଷୀ ମହଳରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

7 − two =

error: Content is protected !!