ଦଳିତ ଅଧିକାର ମଂଚ ଦ୍ୱାରା ଶହୀଦ ବୀର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦଳିତ ଅଧିକାର ମଞ୍ଚ ଓଡିଶା ଦ୍ୱାରା ଶହୀଦ ବୀର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଲ ଚରଣ ତାଣ୍ଡିଙ୍କ ସଭାପତିତ୍ୱରେ ଶହୀଦ ବୀର୍ସା ମୁଣ୍ଡା ଓ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ଏକକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦଳିତ ଅଧିକାର ମଞ୍ଚର ବଲାଙ୍ଗିର ଶାଖାର ମଧ୍ୟ ଗଠନ ହୋଇଥିôଲା । ଉକ୍ତ କାର୍ଯ୍ୟକ୍ରମରେ ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ରହି ବୀର୍ସା ମୁଣ୍ଡାଙ୍କ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନ ଉପରେ ଆଲୋଚନା କରିଥିଲେ । ବୀର୍ସା ମୁଣ୍ଡା, ମହାତ୍ମା ଫୁଲେ ଓ ବାବା ସାହେବଙ୍କ ପ୍ରଦର୍ଶିତ ଆଦର୍ଶରେ ଅନୁସାରେ ଦଳିତ ଅଧିକାର ମଂଚ ଲୋକଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି ମଂଚର ସଭାପତି ଶ୍ରୀ ତାଣ୍ଡି କହିଥିଲେ । ମଞ୍ଚର ଆଦର୍ଶ, ଲକ୍ଷ୍ୟ ଓ କାର୍ଯ୍ୟ ଉପରେ ସେ ବିଶେଷ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ରାଜିବ ସଗରିଆ ଓ ସାମ୍ବାଦିକ ବେଣୁଧର ଜଗତ ମଧ୍ୟ ଆଗାମୀ ସମୟରେ କିପରି ମଞ୍ଚର କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ଦଳିତ ଅଧିକାର ମଞ୍ଚର ବଲାଙ୍ଗିିର ଜିଲ୍ଲା ଶାଖା ଗଠନ କରାଯାଇ ଖଗେଶ୍ୱର ନାଗଙ୍କୁ ଏହାର କାର୍ଯ୍ୟକାରୀ ସଭାପତି ରୂପେ ମନୋନିତ କରାଯାଇଛି । ଆଗାମୀ ଦିନରେ ବଲାଙ୍ଗିର ଅଂଚଳର ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରିବ ବୋଲି ଶ୍ରୀ ନାଗ କହିଛନ୍ତି । ୧୪୫ତମ ମହାନ ଜନନାୟକ ତଥା ଆଦିବାସୀ ନେତା ବୀର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିର ଜିଲ୍ଲାର ଦଳିତ ଅଧିକାର ମଞ୍ଚ ଗଠନ କରାଗଲା ଏବଂ ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ୧୨ଟି ବ୍ଲକର ଲୋକମାନେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଅର୍ଜୁନ ମୁଗ୍ରୀ ଏବଂ ମଞ୍ଚରେ ଆର୍ତ୍ତତ୍ରାଣ ବାଗ, ମହଡ ବାରିକ, ନୀଳାଞ୍ଚଳ ଦୀପ, ଲୋକନାଥ ସୁନା ଏବଂ ସୁଶାନ୍ତ କୁମାର ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।

Leave A Reply

Your email address will not be published.