pakka

ଟିଟିଲାଗଡ ବିଜେପି ପ୍ରାର୍ଥୀ ନବିନ ଜୈନ ହଜାର ହଜାର ସମର୍ଥକଙ୍କ ଗହଣରେ କଲେ ନାମାଙ୍କନ ଦାଖଲ

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଛନ୍ତି । ସୋମବାର ଦିନ ସକାଳ ୧୦ଟା ସମୟରେ ବିଜେପି ପ୍ରାର୍ଥୀ ନବିନ ଜୈନ ନିଜର ସମର୍ଥକମାନଙ୍କୁ ନେଇ ପ୍ରଥମେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆଠାରେ ଜମା ହୋଇଥିଲେ । ସେଠାରୁ ହଜାର ହଜାର ସମର୍ଥକମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନାମାଙ୍କନ କେନ୍ଦ୍ରରେ ପହଞ୍ଚିଥିଲେ । ନବିନ ଜୈନଙ୍କ ଏହି ଶୋଭାଯାତ୍ରା ଦେଖି ସହରବାସୀ ତାଜୁବ ହୋଇଯାଇଥିଲେ । ଆବାଳ ବୃଦ୍ଧବନିତାମାନେ ଏକଜୁଟ ହୋଇ ତାଙ୍କୁ ସମର୍ଥନ ଦେବାକୁ ଆଗେଇ ଆସିଥିଲେ । ଦୀର୍ଘ ବର୍ଷ ପରେ ଏତେ ବଡ଼ ଜନ ସମର୍ଥନ କୌଣସି ବିଜେପି ନେତାକୁ ନ ଥିବା ସାଧାରଣରେ ଆଲୋଚନା କରୁଛନ୍ତି । ଏହି ବିରାଟ ଶୋଭାଯାତ୍ରା ଯୋଗୁଁ ସହରର କୋର୍ଟ, ବାଳକ ହାଇସ୍କୁଲ, ଶାସ୍ତ୍ରୀ ଛକ, ବ୍ୟାଙ୍କ ଛକଠାରେ ନାହିଁ ନ ଥିବା ଭିଡ଼ ସାଙ୍ଗକୁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଯାଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ନବିନ ଜୈନଙ୍କ ନାମାଙ୍କନ ଦାଖଲ ସମୟରେ ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ଟିଟିଲାଗଡ଼ ବିଜେପିର ବରିଷ୍ଠ ନେତା ତଥା ଦଳର ଉପଦେଷ୍ଟା ଶୁଭ୍ରାଂଶୁ ଦାସ, ଗୁଡ଼ଭେଲା ବ୍ଲକର ଟାଣୁଆ ନେତା ଅଶୋକ ଦୋରା, ସଇଁତଲା ବ୍ଲକ୍‌ର ମହେନ୍ଦ୍ର ଠାକୁର, ଟିଟିଲାଗଡ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନଙ୍କ ସମେତ ବିଜେପି ମଣ୍ଡଳ ସ୍ତରୀୟ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ତେବେ ନବିନ ଜୈନଙ୍କୁ ସମର୍ଥନ ଜଣାଇ ଏତେ ମାତ୍ରାରେ ଲୋକ ଆସିଥିବା ଯୋଗୁଁ ଲଢେଇ ଜୋରଦାର ସୁନିଶ୍ଚିତ ବୋଲି ସହରରେ ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

two + 17 =

error: Content is protected !!