pakka

ମ.ରାମପୁର ରାମ ଲୀଳା ମହୋତ୍ସବ : ତୃତୀୟ ରଜନୀରେ ମଞ୍ଚସ୍ଥ ହେଲା କିସ୍କିନ୍ଧା ଓ ସୁନ୍ଦରା କାଣ୍ଡ, ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ

bbehera

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ପ୍ରସିଦ୍ଧ ଶ୍ରୀ ରାମଲୀଳା ମହୋତ୍ସବର ତୃତୀୟ ରଜନୀରେ କିସ୍କିନ୍ଧା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେଇଥିବା ବେଳେ ଶେଷ ଯାଏଁ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ମନୋରମା ମହାନ୍ତି, ସମ୍ମାନୀତ ଅତିଥି ଦୁର୍ଗା ପ୍ରସାଦ ମହାନ୍ତି (ମୁନା)ଯୋଗଦେଇ ଥିବା ବେଳେ ସଭାପତି ଜୀବେଶ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ । ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ର କଳାକାର ସୁବାସଚନ୍ଦ୍ର ସାହୁଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଲିପ୍ସାମୟୀ ଦୁବେ ମାନପତ୍ର ପଠନ କରିଥିଲେ । ସମ୍ବର୍ଦ୍ଧନା ପର୍ବରେ ବରିଷ୍ଠ ସଦସ୍ୟ ପବନ ମହାଳିକ ଉପସ୍ଥିତ ଥିଲେ । ସ୍ୱର୍ଗତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ରଚିତ ଓ ନିର୍ଦ୍ଦେଶିତ ଓ ଜୀବେଶ୍ କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳିତ ସମ୍ପୂର୍ଣ୍ଣ ରାମଲୀଳା ନାଟକର କିସ୍କିନ୍ଧା ଓ ସୁନ୍ଦରା କାଣ୍ଡ ମଞ୍ଚସ୍ଥ ହେଇଥିଲା । ଏଥିରେ ହନୁମାନ – ଅଜିତ ସିଂହ, ରାମ- ଜଗମୋହନ ସାହୁ, ଲକ୍ଷ୍ମଣ-ବିକାଶ ଆଚାର୍ଯ୍ୟ, ବାଳି – ମୃତ୍ୟୁଞ୍ଜୟ ଘିଭେଲା, ତାରା – ମଣ୍ଟୁ ବାରିକ, ଅଙ୍ଗଦ – ଗୌତମ ବିଶି, ଲଙ୍କେଶ୍ଵରୀ – ସନ୍ତୋଷ ବାରିକ, ସୀତା – ମାନସ ସାହୁ, ମନ୍ଦୋଦରୀ – କେଶବ ଦଣ୍ଡିଆ, କାଳ ଘଣ୍ଟ – ବସନ୍ତ ନାୟକ, ରାବଣ – ସାଇପ୍ରସାଦ ମହାରଣା(ବଡ଼), ଇନ୍ଦ୍ରଜିତ – ଦେବେନ୍ଦ୍ର ମହାନ୍ତି, ବିଭୀଷଣ – ପ୍ରଦୀପ ସିଂହ (ବଡ଼ ବାବୁ), ପବନ ଦେବତା – ଅମରେଶ ଶତପଥୀ, ପ୍ରହସ୍ତ୍ – ସୁରସେନ ମହାରଣା, ବିହସ୍ତ – ମହେନ୍ଦ୍ର ଭଏଁ ସାଲ, ଗନ୍ଧ ମାର୍ଦ୍ଧନ – ଡମ୍ବରୁଧର ଭୋଇ, ଦୂତ – ଉପେନ୍ଦ୍ର ମହାଖୁଡ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ । ମହେଶ୍ୱର ସାହୁଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ସନ୍ତୋଷ କୁମାର ଦୂବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ସରସ୍ଵତୀ ଦାଶ, ସ୍ମୃତିରେଖା ପାଢ଼ୀ, ପ୍ରବୀଣ କଣ୍ଠ ଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହଯୋଗୀ – ବଳଭଦ୍ର ଦଣ୍ଡସେନା, ଧଙ୍ଗଡା ମାଝୀ, କଳ୍ପତରୁ ନାୟକ, ରାସ ବିହାରୀ, ଧଙ୍ଗଡା ମାଝୀ, ପ୍ରସନ୍ନ ଗହୀର, ଧୀରେନ୍ଦ୍ର ନାୟକ, ବିଶେଶ୍ୱର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ଆଜି ଶେଷ ରଜନୀରେ ଲଙ୍କା କାଣ୍ଡ ମଞ୍ଚସ୍ଥ ହେବ ବୋଲି ଅନୁଷ୍ଠାନ ତରଫରୁ ସାଂସ୍କୃତିକ ସମ୍ପାଦକ ଜୟନ୍ତ କୁମାର ନାୟକ ଓ ଶ୍ରୀପତି ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

one × three =

error: Content is protected !!