pakka

ବଲାଙ୍ଗିର କେଟେରିଂ ସଂଘ ପକ୍ଷରୁ ଦହିପାଣି ଓ ସର୍‌ବତ୍‌ ବଣ୍ଟନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ବଲାଙ୍ଗିର । ଦିନ ୧୦ଟାରୁ ଆରମ୍ଭ ହୋଇଯାଉଛି ନିଆଁ ଢ଼ାଳିବା ଭଳି ତାତି । ଏତିକି ବେଳେ ବଲାଙ୍ଗିର କେଟେରିଂ ସଂଘ ଆଗେଇ ଆସିଛି ତୃଷ୍ଣାର୍ତ୍ତ ବାଟୋଇଙ୍କୁ ପାଣି ଓ ସର୍‌ବତ୍‌ ଯୋଗାଇବା ପାଇଁ । ବଲାଙ୍ଗିର କେଟେରିଂ ସଂଘ ପକ୍ଷରୁ ନୃସିଂହ ମନ୍ଦିର ସମ୍ମୁଖରେ ଶୋଷିଲା ଲୋକଙ୍କୁ ଥଣ୍ଡାପାଣି ସହ ଦହିପାଣି, ଫଳ, ମିଷ୍ଟାନ୍ନ ବଣ୍ଟନ କରାଯାଉଥିବା ଆଜି ଦେଖିବାକୁ ମିଳିଛି । ପ୍ରଶାନ୍ତ ବାରିକଙ୍କ ତତ୍ତ୍ଵାବଧାନରେ ସଂଘ ସଭାପତି ଅଭିଯାନ ପତି, ସମ୍ପାଦକ ଭୂବନ ନାଏକ, କୋଷାଧ୍ୟକ୍ଷ ସୁଦାମ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ରାହୁଲ ସାହୁ, କମଲଜିତ ସାହୁ, ସୁରଜ ବେହେରା ପ୍ରମୁଖଙ୍କ ସହ ସଂଘ ସଦସ୍ୟ ସମୂହ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

four × three =