pakka

ଚତୁର୍ଥ ଦିନରେ ବିଜେଡିର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ): ପ୍ରବଳ ରୌଦ୍ରତାପ ସତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରା ଓ ପଟୁଆରରେ ଆସି କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜୁ ଜନତା ଦଳ ନିକଟସ୍ଥ ଅସ୍ଥାୟୀ କାର୍ଯ୍ୟାଳୟ ଠାରୁ ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ର ତାଳେ ତାଳେ ବାଲିଗୁଡା, କ. ନୂଆଗାଁ, ତୁମୁଡିବନ୍ଧ, କୋଟଗଡ ବ୍ଲକ୍‌ ଓ ବାଲିଗୁଡା ଏନ୍‌ଏସିର ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ବସଷ୍ଟାଣ୍ଡ, ମୁଖ୍ୟ ବଜାର, ଗାନ୍ଧୀଛକ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥାନୀୟ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଡ. ରିନା ପ୍ରଧାନଙ୍କ ନିକଟରେ ୨ ସେଟ୍‌ ପ୍ରାର୍ଥୀପତ୍ର ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ସମୟରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ସଂଯୋଜକ ଟୁନା ଦାସ, ଅଜୟ ମହାରଣା, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ଉପରେ ମୁଖ୍ୟମନ୍ତୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭରସା କରି ଟିକଟ ଦେଇଥିବାରୁ ଧନ୍ୟବାଦ୍‌ ପ୍ରଦାନ କରିବା ସହ ଚାରୋଟି ବ୍ଲକ୍‌ ଓ ବାଲିଗୁଡା ଏନ୍‌ଏସିର ଜନସାଧାରଣ ଓ ତାଙ୍କ ଉପରେ ଭରଷା କରି ଆଜି ଆସିଥିବାରୁ ଦଳର ସମସ୍ତଙ୍କୁ ବିଧାୟକ ପ୍ରାର୍ଥୀ ଚକ୍ରମଣି ଧନ୍ୟବାଦ୍‌ ପ୍ରଦାନ କରିଛନ୍ତି । ସାଂସଦ ଡ. ଅଚ୍ୟୁତ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାଲିଗୁଡା ବିଧାନସଭା ମଣ୍ଡଳୀର ସମସ୍ତ ଜନସାଧାରଣ ଚକ୍ରମଣି କହଁରଙ୍କୁ ପୁଣି ଥରେ ଆଶୀର୍ବାଦ୍‌ ପ୍ରଦାନ କରି ବିଜୟୀ କରାନ୍ତୁ ବୋଲି ଅପିଲ କରିଥିଲେ ।

jay balangir
Leave A Reply

Your email address will not be published.

20 − 10 =

error: Content is protected !!