pakka

ନିର୍ବିରୋଧ ହେଲା ଡିସିସିବି ବ୍ୟାଙ୍କ ଉପସଭାପତି ପଦ, ଏକା ନାମାଙ୍କନ ଦାଖଲ କଲେ ଦିପ୍ତିମୟୀ

kalikesh

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ପୂର୍ବରୁ କଂଗ୍ରେସ ସମର୍ଥିତ ନିର୍ଦ୍ଦେଶକ ସ୍ମାରକ ମିଶ୍ର ୮- ୬ ବ୍ୟବଧାନରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପଦ ହାତେଇ ନେଇଥିଲେ । ଆଜି ଉପସଭାପତି ପଦ ପାଇଁ ନାମାଙ୍କନ ଶେଷ ତାରିଖ ଥିବା ବେଳେ ୧୩ ନଂ ଜୋନ ନିର୍ଦ୍ଦେଶକ ଦିପ୍ତିମୟୀ ସାହୁ ଏକା ନାମାଙ୍କନ ଦାଖଲ କରିଛନ୍ତି । ଫଳରେ ଦିପ୍ତିମୟୀ ଉପସଭାପତି ନିର୍ବାଚିତ ହେବା ଏକ ରକମ ନିଶ୍ଚିତ ହୋଇଯାଇଛି । ତେବେ ଆସନ୍ତା ୩ ତାରିଖରେ ବିଧିବଦ୍ଧ ଭାବେ ନିର୍ବାଚନ ଫଳାଫଳ ଘୋଷିତ ହେବା ସୂଚନା ରହିଛି । ସୂଚନା ମୁତାବକ, ଆଜି ଉପସଭାପତି ପଦ ପାଇଁ ନାମାଙ୍କନର ଶେଷ ଦିନ ଥିଲା । ଦିନ ୨ଟା ଶେଷ ସମୟ ସୁଦ୍ଧା ଅନ୍ୟ କେହି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରି ନଥିବା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଧର ଧରୁଆ ସ୍ପଷ୍ଟ କରିଛନ୍ତି । ସେହିପରି ଯାଞ୍ଚ ପ୍ରକ୍ରିୟା ପରେ ମଧ୍ୟ ଦିପ୍ତିମୟୀଙ୍କ ପ୍ରାର୍ଥୀପତ୍ର କାୟମ ରହିଥିବା ସୂଚନା ରହିଛି । ନାମାଙ୍କନ ସମୟରେ ପ୍ରାର୍ଥିନୀ ସହିତ ନବ ନିର୍ବାଚିତ ବ୍ୟାଙ୍କ ସଭାପତି ସ୍ମାରକ ରଞ୍ଜନ ମିଶ୍ର, ଚିନ୍ତାମଣି ଭୋଇ, ଯୋଗିନ୍ଦ୍ର ମିର୍ଦ୍ଧା, କୃତିବାସ ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲୋ । ୧୩- ୨ ସମିକରଣ ସତ୍ୱେ ଡିସିସିବି ବ୍ୟାଙ୍କ ସଭାପତି ନିର୍ବାଚନ ବିଜେଡି ଆଶ୍ଚର୍ଯ୍ୟଜନକ ଭାବେ ହରାଇଥିବା ବେଳେ ଉପସଭାପତି ପଦ ନିର୍ବିରୋଧ ରହିବା ବିଜେଡି ପାଇଁ ଏକ ଶକ୍ତ ଧକ୍କା ବୋଲି ଚର୍ଚ୍ଚା ହେଉଛି । ଏହି ପରିପ୍ରେକ୍ଷୀରେ ନିର୍ବିରୋଧ ନାମାଙ୍କନ ନେତୃତ୍ୱ ପ୍ରତି ସମସ୍ତଙ୍କ ବିଶ୍ୱାସକୁ ସ୍ପଷ୍ଟ କରୁଛି ବୋଲି ସଭାପତି ସ୍ମାରକ ଓ ପ୍ରାର୍ଥିନୀ ଦିପ୍ତିମୟୀ ମତବ୍ୟକ୍ତ କରିଛନ୍ତି ।

pp
Leave A Reply

Your email address will not be published.

1 × two =