csstore

ବଲାଙ୍ଗିରର ଯୁବ ସଂଗଠକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସହ ସଂଯୋଜକ ଭାବେ ନୂତନ ଦାୟିତ୍ଵ ନ୍ୟସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା୧୮-୧୧-୨୦୨୩ ରିଖ ଶନିବାର ଦିନରୁ ତା୧୯-୧୧-୨୦୨୩ ରବିବାର ଦିନ ପର୍ଯ୍ୟନ୍ତ କୋରାପୁଟ ଅନ୍ତର୍ଗତ ଜୟପୁର ସାଙ୍ଗଠନିକ ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ବୈଠକରେ ବଲାଙ୍ଗିରର ଯୁବ ସଂଗଠକ ସୌମ୍ୟରଞ୍ଜନ ମିଶ୍ରଙ୍କୁ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ସହ ସଂଯୋଜକ ଭାବେ ନୂତନ ଦାୟିତ୍ଵ ନ୍ୟସ୍ତ କରାଯାଇଛି । ଏଥିପାଇଁ ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ସଭାପତି, ପ୍ରାନ୍ତ ସମ୍ପାଦକ ଏବଂ ପ୍ରାନ୍ତ ସଂଗଠନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଶ୍ରୀ ମିଶ୍ର ବଜରଙ୍ଗ ଦଳ ସାଙ୍ଗଠନିକ ଜୀବନରେ ବଜରଙ୍ଗ ଦଳ ବଲାଙ୍ଗିର ନଗର ମିଳନକେନ୍ଦ୍ର ପ୍ରମୁଖ, ବଲାଙ୍ଗିର ନଗର ସଂଯୋଜକ, ବଲାଙ୍ଗିର ଜିଲ୍ଲା ସହ ସଂଯୋଜକ, ବଲାଙ୍ଗିର ଜିଲ୍ଲା ସଂଯୋଜକ ଏବଂ ବଜରଙ୍ଗ ଦଳ ଓଡିଶା ପଶ୍ଚିମ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି ।

jayashree
Leave A Reply

Your email address will not be published.