pakka

ପିଇବା ପାଣି ସମସ୍ୟାର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ପିଇବା ପାଣିର ସମସ୍ୟା ଦୀର୍ଘ ଦିନର । ଗତ ଖରା ଦିନରେ ଏହା ଅସହ୍ୟ ହୋଇଥିଲା । ଏମିତି ପରିସ୍ଥିତି କେବେ ଦେଖିନଥିଲୁ ବୋଲି ପଦ୍ମପୁରବାସୀ କହିଛନ୍ତି । ପଦ୍ମପୁରବାସୀଙ୍କ କହିବା ଅନୁସାରେ ସାମୟିକ ସମାଧାନ ପାଇଁ ସ୍ଥାନୀୟ ବିଭାଗମାନଙ୍କ ତରଫରୁ ଟ୍ୟାଙ୍କର ଯୋଗେ ପାଣି ବିତରଣ କରାଯାଉଥିଲା । ବର୍ଷା ମାସ ଆରମ୍ଭ ହେଲା ପରେ ଟ୍ୟାଙ୍କର ବନ୍ଦ କରି ଦିଆଯାଇଥିଲା । କିନ୍ତୁ ମେହେରପଡ଼ାର କିଛି ଅଂଶକୁ ଏବେ ବି ପାଇପ୍ ଯୋଗେ ପାଣି ବିତରଣ ହେଉନାହିଁ । ସେଥିପାଇଁ ଅଞ୍ଚଳବାସୀ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ୱେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହା ଦ୍ୱାରା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଆଜି ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଆଗାମୀ ୨୧ ଅଗଷ୍ଟ ସୁଦ୍ଧା ଏ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରାନଗଲେ ଆସନ୍ତା ୨୨ ଅଗଷ୍ଟରୁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳବାସୀଙ୍କ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବା ପାଇଁ ଚେତାବନୀ ଦିଆଯାଇଛି । ଏ ଅବସରରେ ବିଜେପି ନଗର ସଭାପତି ସୁନିଲ୍ ଅଗ୍ରୱାଲ, ୮ ନମ୍ବର ୱାର୍ଡ କାଉନସିଲର ଶ୍ରୀମତୀ ପ୍ରମିଳା ମେହେର ଏବଂ ପ୍ରହ୍ଲାଦ ମେହେର ମଧ୍ୟ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

four × four =