csstore

ଆଗଲପୁର ବ୍ଲକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମାଂଚଳ ପ୍ରାଥମିକ ଶିକ୍ଷକ ଫୋରମ ଓ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଆଗଲପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବିପତ୍ର ଆଗଲପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମିଶ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ର‍୍ୟାଲିରେ ଯୋଗଦେଇ ସଂଘର ଅଧିକାର, ଅବିକଳ କେନ୍ଦ୍ରିୟ ହାରରେ ଦରମା ପ୍ରଦାନ, ଛଅ ଗୋଟି ନେସନାଲ ଇନକ୍ରିମେଂଟ ଦେଇ ଠିକା ସମୟକୁ ଚାକିରୀରେ ଗଣନା କରିବା ଏବଂ ପୁରୁଣା ପେନସନ ପ୍ରଦାନ କରିବା ଭଳି ବିଭିନ୍ନ ଦାବି ସମୁହକୁ ଆଗଲପୁର ବିଇଓ ଙ୍କୁ ପ୍ରଦାନ କରିଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀ ଧର୍ମେନ୍ଦ୍ର ପଧାନ, ସନୋଜ କୁମ୍ଭାର, ରମେଶ ତ୍ରୀପାଠୀ, ଗୋବିନ୍ଦ ସାହୁ, ସରୋଜିନୀ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.