ବିଦ୍ୟୁତ ସେବା ବନ୍ଦ ଯୋଗୁଁ ଅନ୍ଧାରରେ ପଟାମରା ଗାଁ : ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ

ସଇଁନ୍ତଳା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି ଅଧିନସ୍ଥ ପଟାମରା ଗ୍ରାମରେ ଦୀର୍ଘ ୬ମାସ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯାଇଥିବାରୁ ବର୍ତ୍ତମାନ ସୁଦ୍ଧା ପଟାମରା ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି । ଅନେକ ଥର ବିଦ୍ୟୁତ ବିଭାଗ ଠାରେ ଅଭିଯୋଗ କଲାପରେ ମଧ୍ୟ ବିଦ୍ୟୁତ ଅଧିକାରୀମାନେ କୌଣସି ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଟିଟିଲାଗଡ଼ ବିଧାୟକ ପ୍ରାଥୀ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅନ୍ୟପଟେ ଗ୍ରାମବାସୀମାନେ ବିଦ୍ୟୁତ ବିଲ୍ ପଇଠ କରି ସାରିଛନ୍ତି ହେଲେ ବିଦ୍ୟୁତ ବର୍ତ୍ତମାନ ପର୍ଯ୍ୟନ୍ତ ସଂଯୋଗ ହୋଇ ନଥିବା ବେଳେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତେବେ ବିଦ୍ୟୁତ ବିଭାଗ ଅଧିକାରୀ ଦୃଷ୍ଟି ଦେଇ ବିଦ୍ୟୁତ ଟ୍ରାନ୍ସଫର୍ମରର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଦୁର କରଣ, ତେଜରାଜ ଭୋଇ, ନିରାକାର ମହାକୁର ସମେତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

19 − 9 =