
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଯୋଗାଣ ସଂଘ ତରଫରୁ ଦୁଇ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଯୋଗାଣ ସଂଘ ତରଫରୁ ରାଜ୍ୟମୁଖ୍ୟ ମନ୍ତ୍ରୀଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଓଡିଶା ସରକାରଙ୍କ ପଂଚାୟତିରାଜ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗ୍ରାମପଂଚାୟତ ସ୍ତରରେ ଗତ ୨୦୧୩ ମସିହାରୁ ଦୀର୍ଘ ୧୩ ବର୍ଷ ହେଲା ଯୋଗାଣ ସହାୟକମାନେ କାର୍ଯ୍ୟ କରିଆସୁଥିଲେ ହେଁ ତାଙ୍କ ନ୍ୟାର୍ଯ୍ୟ ଦାବି ଆଜି ପର୍ଯ୍ୟନ୍ତ ପୁରଣ ହୋଇ ପାରୁନଥିବା ଯୋଗୁଁ ନାହିଁ ନ ଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । ବହୁ ଦିନରୁ ସରକାରଙ୍କ ଠାରେ ଯୋଗାଣ ସଂଘ ତରଫରୁ ଦାବି କରାଯାଇ ଆସୁଥିଲେ ହେଁ ତାହାକୁ କର୍ଣ୍ଣପାତ କରାଯାଉ ନଥିବା ଅଭିଯୋଗ କରାଯାଇ ଆସୁଛି । ଗ୍ରାମ ପଂଚାୟତ ତରଫରୁ ପାରିତୋଷ ଦିଆଯିବା ପରିବର୍ତେ୍ତ ଓଡିଶା ସରକାରଙ୍କ ତରଫରୁ ସିଧାସଳଖ ଦିଆଯିବା ସହ ଯୋଗାଣ ସହାୟକଙ୍କୁ ସ୍ଥାୟୀ କରିବାକୁ ଦାବି କରାଯାଇ ଦୁଇ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ବଲାଙ୍ଗିର ଜିଲ୍ଲା ଯୋଗାଣ ସଂଘ ସଭାପତି ଦେବାନନ୍ଦ ପଧାନଙ୍କ ନେତୃତ୍ୱରେ ସାର୍କିଟ୍ ହାଉସ୍ ଠାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସଂଘ ତରଫରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।