ସରକାରୀ ଅବକାରୀ ନୀତିକୁ ‘ଫୁ’ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା ବିଜେଡିର ଦାବିପତ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଅବକାରୀ ଅଧୀକ୍ଷକ, ସେକ ଆସଫ ଅଲ୍ଲୀଙ୍କ ନିଜ କାର୍ଯ୍ୟାଳୟ ଠାରେ ରାଉରକେଲା ବିଜେଡିର ଏକ ପ୍ରତିନିଧି ମଣ୍ଡଳ ସାକ୍ଷାତ କରି, ଆଗକୁ ମାଙ୍କ ଦୁର୍ଗାପୂଜା ପାଇଁ ରାଉରକେଲାରେ ଅବକାରୀ ନିତି ନିୟମକୁ ବେଖାତିର କରି ଯେଉଁ ବ୍ୟବସାୟୀ ଓ ଲୋକ ମାନେ, ବିନା ଲାଇସେନ୍ସରେ ମଦ ବିକ୍ରି କରୁଛନ୍ତି, ଲୁଚା ଛପାରେ ଡ୍ରଗ୍ସ, ଭାଙ୍ଗ, ଗଂଜେଇ କାରବାର କରୁଛନ୍ତି, ଯାହାଦ୍ୱାରା ରାଉରକେଲାରେ କିଛିଦିନ ହେଲା ଗଣ ବଳାତ୍କାର, ହତ୍ୟାକାଣ୍ଡ, ଚୋରି, ଡକାୟତି, ଅସାମାଜିକ ଲୋକଙ୍କ ଦୌରାତ୍ମ ବୃଦ୍ଧିପାଇଛି । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ସମୁଖରେ ମଦ ପିଇବା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯାହାଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ରାସ୍ତାରେ ଯିବା ଆସିବା ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି, ଦୋକାନ ଖୋଲିବା ଓ ବନ୍ଦ କରିବାର ସମୟ ପାଳନ କରାଯାଉନାହିଁ । ସରକାରୀ ଦୋକାନରୁ ମଦ କିଣିଲା ପରେ କୌଣସି ଟଙ୍କା ରସିଦ ଦିଆଯାଉନାହିଁ । ଛପା ହୋଇଥିବା ଦାମରୁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ଏ ସମସ୍ତ ବିଷୟ ଅବକାରୀ ଅଧୀକ୍ଷକ ଅଲ୍ଲୀ ମହାଶୟଙ୍କ ସହିତ ରାଉରକେଲାରେ ସୁସ୍ଥ ଓ ଶାନ୍ତ ପରିବେଶ ଆଣିବା ପାଇଁ ବିଜେଡି କର୍ମୀମାନେ ଆଲୋଚନା କରିଥିଲେ । ସମସ୍ତ ବିଷୟ ଅଧୀକ୍ଷକ ଅତ୍ୟନ୍ତ ଆଗ୍ରହର ସହିତ ଶୁଣିଲା ପରେ ଅତିଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳଙ୍କୁ ଆଶ୍ୱାସନା ଦେଇଥିଲେ । ପ୍ରତିନିଧି ମଣ୍ଡଳରେ ଜିଲ୍ଲା ସଭାପତି ହାଲୁ ମୁଣ୍ଡାରୀ, ନଗର ସଭାପତି ଗଗନ ପଣ୍ଡା, ଜିଲ୍ଲା ମୁଖପାତ୍ର ଜୟନ୍ତ କୁମାର ମିଶ୍ର, ବରିଷ୍ଠ ନେତା ବିରେନ ସେନାପତି, ପ୍ରଶାନ୍ତ ସେଠୀ, କୈଳାଶ ସାହୁ, ସଂନ୍ଧ୍ୟା ଲାକ୍ରା, ଛବି ମହାନ୍ତି, ଜିଲ୍ଲା ଯୁବ ସଭାପତି ବିଭୁତି ପୁହାଣ, ସଭାନେତ୍ରୀ ଜ୍ୟୋସ୍ନା ନାୟକ, ମିନତୀ ଜେନା, ଶ୍ୟାମସୁନ୍ଦର ପଣ୍ଡା, ଯୁବ ନେତା ରଞ୍ଜନ ନାୟକ, ହିମାଂଶୁ ପଣ୍ଡା, ଏଲ୍‌ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.