oom

ଆଗଲପୁର ବ୍ଲକ ସରପଂଚ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୬ଦଫା ଦାବୀପତ୍ର ପ୍ରଦାନ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁରବ୍ଲକ ସରପଂଚ ସଂଘ ଆଗଲପୁର ବିଡିଓ ଶଂକର କେରକେଟାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ୬ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ସର୍ବମୋଟ ୬ଗୋଟି ଦାବୀ ଉପରେ ଆଲୋକପାତ କରିଛନ୍ତି । ଯାହାକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଂଚିତ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ସରପଂଚମାନଙ୍କ ଅବଗତିରେ ଅନ୍ତର୍ଭୂକ୍ତ କରାଯାଉ । ନିକଟ ଅତୀତରେ ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଅଟେ ତେଣୁ ଉକ୍ତ ଯୋଜନାରେ ସରପଂଚମାନଙ୍କୁ ସିଧାସଳଖ ସାମିଲ କରାଯାଉ, ଗ୍ରାମ ପଂଚାୟତ ସ୍ତରରେ ସରପଂଚମାନଙ୍କ ଭୂମିକା ଯଦିଓ ଗୁରୁତ୍ୱପୂର୍ଣ୍ଣ ଅଟେ ସେହି ହିସାବରେ ଦିଆଯାଉଥିବା ଭତ୍ତାକୁ ବୃଦ୍ଧି କରାଯାଉ, ସରପଂଚମାନଙ୍କ ଅବସର ପରେ ଅବସର ଟଙ୍କା ୨୦,୦୦୦ କରାଯାଉ, ଗ୍ରାମ ପଂଚାୟତ ସ୍ତରରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ମାନଙ୍କରେ ସରପଂଚମାନଙ୍କୁ ଅବଗତ କରାଯାଉ । ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ପ୍ରକଳ୍ପରୁ ଆଗଲପୁର ବ୍ଲକର ସମସ୍ତ ଗ୍ରାମଗୁଡିକୁ ଜଳ ସେଚନର ବ୍ୟବସ୍ଥା କରାଯାଉ, ସମସ୍ତ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ସଂଘ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି । ଉକ୍ତ ଦାବୀପତ୍ର ଦେବା ସମୟରେ ସଂଘର ସଭାପତି ବିଜୟ ବେହେରା, ସଂପାଦକ ଜୟଲାଲ ସିନ୍ଦୁରଙ୍କ ସହ ଡୁଡୁକା ସରପଂଚ ଅଶୋକ ପଟେଲ, ମୁରଷୁଣ୍ଢୀ ସରପଂଚ ରଥି ସାହୁ, ବକଟି ସରପଂଚ ଶ୍ରୀମତୀ ସୁଲତା ପୁରୋହିତଙ୍କ ସହ ସମସ୍ତ ପଂଚାୟତର ସରପଂଚମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.