pr

ଆପ ବଲାଙ୍ଗିର ପକ୍ଷରୁ ଏସ୍‌ପିଙ୍କୁ ଦାବିପତ୍ର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ହାରାହାରି ୬ ମାସ ହୋଇଯିବ ବାରମ୍ବାର କ୍ରାଇମ୍‌ ଚରମ ସୀମାରେ ପହଂଚି ଯାଇଛି । ସାଧାରଣ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇବସୁଛି, ବାରମ୍ବାର କେତେବେଳେ ମେନ୍‌ ଟାଉନରେ ଖଣ୍ଡା ବୁଲୁଛି ତ କେତେ ବେଳେ ରାଜନେତା ଉପରେ ଆକ୍ରମଣ ହେଉଛି ତ, କେତେବେଳେ ସାଧାରଣ ଜନତା, ମହିଳା ଉପରେ ଆକ୍ରମଣ ହେଉଛି । ସେହି ପରି ହାରାହାରି ଗୋଟେ ସପ୍ତାହ ତଳେ ବଲାଙ୍ଗିରର ଜଣେ ଆଗଧାଡିର ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ନିର୍ମମ ଭାବରେ ଆକ୍ରମଣ ହୋଇଛି । ସାମ୍ବାଦିକ ଜଣକ ପୁଇଁନ୍ତଲା ବ୍ଲକ କୁଲୁଥିପାଲି ଗ୍ରାମକୁ ଗାଡୱେଲ ନିମ୍ନମାନର ହୋଇ ଦୁର୍ନିତି ହୋଇଥିବା ଖବର ସଂଗ୍ରହ କରିବାକୁ ଯାଇଥିଲେ କିନ୍ତୁ ତାଙ୍କୁ ସେଠାରେ କିଛି ଠିକାଦାରର ଦୁର୍ବୃତ୍ତ ଲୋକମାନେ ହାତ ଗୋଡ ବାନ୍ଧି ନିର୍ଧୁମ ମାଡ ମାରି ଲହୁ ଲୁହାନ କରି ସାମ୍ବାଦିକଙ୍କୁ ବନ୍ଦୀ ପକାଇ ଦେଇଥିଲେ । ତେଣୁ ଏହି ସବୁ ଘଟଣାକୁ ବଲାଙ୍ଗିର ଆମ୍‌ ଆଦମୀ ପାର୍ଟି ଦୃଢ ନିନ୍ଦା କରୁଛି ଏବଂ ସେ ଉପରେ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ପ୍ରତ୍ୟେକ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ଏବଂ ତୁରନ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଉ ଏବଂ ବଲାଙ୍ଗିରରେ ଆଇନ ବ୍ୟବସ୍ଥାକୁ ସୁଦୃଢ କରାଯିବା ଦାବି ନେଇ ଆପ୍‌ ବଲାଙ୍ଗିର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ସଦସ୍ୟ ଆଶିଷ ପାଣ୍ଡେଙ୍କ ବଲାଙ୍ଗିର ଆପ୍‌ର ୫ ଜଣିଆ ଟିମ୍‌ ବଲାଙ୍ଗିର ଏସ୍‌ପି ଅଭିଲାଷ ଜିଙ୍କୁ ସାକ୍ଷାତ କରି ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରର ଯୁବ ନେତା ରମାକାନ୍ତ ବେହେରା, ସଦାସିଭ ମେହେର, ରାଜେଶ ବଗର୍ତ୍ତି, ବାଳକୃଷ୍ଣ ନାଏକ ଆଦି ପାର୍ଟିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.