pakka

ଗଡ଼ିଲା ୧୮୯ ବାଟାଲିଆନ୍‌ ସିଆର୍‌ପିଏଫ୍‌ ରଥ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଆଜି ମହା ସମାରୋହରେ ରଥଯାତ୍ରା ପାଳନ ହେଉଥିବା ବେଳେ ୧୮୯ ବାଟାଲିଆନ୍‌ ବଲାଙ୍ଗିର ସିଆର୍‌ପିଏଫ୍‌ କାର୍ଯ୍ୟାଳୟରୁ ଆଜି ରଥ ଗଡ଼ିଛି । ସିଆର୍‌ପିଏଫ୍‌ କାର୍ଯ୍ୟାଳୟରୁ ଶାନ୍ତିପଡ଼ା ଦେଇ କଲେଜ ଛକ ସ୍ଥିତ ଦୁର୍ଗା ମଣ୍ଡପ (ମାଉସୀ ମନ୍ଦିର)ରେ ପ୍ରଭୁ ଜଗନ୍ନାଥଙ୍କ ରଥ ପହଂଚିବ । ତେବେ ଘଂଟ, ଶଙ୍ଖ, ହୁଳହୁଳି, ହରିବୋଲ ସହ ସ୍ଥାନୀୟ ଭକ୍ତ ଓ ସିଆର୍‌ପିଏଫ୍‌ ଯବାନ୍‌ମାନେ ମହାପ୍ରଭୁଙ୍କ ରଥ ଉଲ୍ଲାସର ସହ ପାଛୋଟି ଆଣୁଥିବା ବେଳେ ମାଆମାନେ ରଥ ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କଲେଜ ଛକ ସ୍ଥିତ ଦୁର୍ଗା ମଣ୍ଡପକୁ ମାଉସୀ ମନ୍ଦିର ଭାବେ ପ୍ରସ୍ତୁତ କରାଯାଇଥିବା ବେଳେ ଏଠାରେ ବାହୁଡ଼ା ପର୍ଯ୍ୟନ୍ତ ଜଗନ୍ନାଥ ବିଜେ କରିବେ ଓ ରୀତିନୀତି ଅନୁସାରେ ଭିନ୍ନ ଭିନ୍ନ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

two × 4 =