pakka

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସ୍‌ନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ‘ଇଣ୍ଟରନେସନାଲ୍‌ ଡେ ଏଗେଣ୍ଟସ୍‌ ଡ୍ରଗ୍ସ୍‌ ଏବ୍‌ୟୁଜ୍‌ ଏଣ୍ଡ ଇଲିସିଟ୍‌ ଟ୍ରାଫିକିଙ୍ଗ୍‌-୨୦୨୨’ ଅବସରରେ ପଦ୍ମପୁର କଂର୍ଗଲାବାହାଲ ଠାରେ ଏକ ର‍୍ୟାଲି ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ପବନ କୁମାର ତିବାରୀଙ୍କ ନିଦ୍ଦେଶ କ୍ରମେ ତଥା ସହ କମାଣ୍ଡେଣ୍ଟ ଲକ୍ଷବିନ୍ଦର ସିଂହଙ୍କ ନେତୃତ୍ୱରେ ଖପ୍ରାଖୋଲ ଅଞ୍ଚଳରେ ଏକ ଜନ ଜାଗରଣ ର‍୍ୟାଲି ବାହାର କରାଯାଇଥିଲା । ର‍୍ୟାଲିରେ ମାଧ୍ୟମରେ ଲୋକଙ୍କୁ ସନ୍ଦେଶ ଦିଆଯାଇଥିଲା ଯେ, ନିଶା ସେବନରୁ ଦୂରେଇ ରହି ନିଜକୁ ତଥା ସମାଜକୁ ବଞ୍ଚାନ୍ତୁ । ନିଶା ସେବନ ଦ୍ୱାରା କେବଳ ସ୍ୱାସ୍ଥ୍ୟ ହାନୀ ଘଟେ ନାହିଁ, ଏହାଦ୍ୱାରା ପ୍ରତିଷ୍ଠା ପ୍ରତି ଆଞ୍ଚ ଆସୁଥିବା ବେଳେ ଶାରିରୀକ ଓ ଆର୍ଥିକ କ୍ଷତି ମଧ୍ୟ ହୋଇଥାଏ । ‘ସେ ନୋ ଟୁ ଡ୍ରଗ୍ସ୍‌, ୟେସ୍‌ ଟୁ ଲାଇଭ୍‌’ ନାରା ନେଇ ଏହି ର‍୍ୟାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଖପ୍ରାଖୋଲ ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ତଥା ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତଙ୍କ ସମେତ ସ୍ୱାସ୍ଥ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

nineteen + ten =