om academy

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ଚତୁର୍ଥ ମ୍ୟାଚ ନାଏକ ଏକାଡେମୀ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ଟିଟିଲାଗଡ଼ ଦଳ ପ୍ରଥମେ ନାଏକ କ୍ରିକେଟ ଏକାଡେମୀ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା । ନାଏକ ଏକାଡେମୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟାୟ ସତ୍ୱେ ୫୦ ଓଭରେ ୭ ଉଇକେଟ ବିନିମୟରେ ୨୪୩ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ରାଘେବେନ୍ଦ୍ର ତ୍ରିପାଠୀଙ୍କ ୧୧୬ ରନ, ଅଂଶୁମାନ ମିଶ୍ରଙ୍କ ୨୯ ଓ ଅନୁରାଗ ପ୍ରଧାନଙ୍କ ଅପରାଜିତ ୧୭ ରନ୍‌ର ସହାୟତାରେ ନାଏକ ଏକାଡେମୀ ଦଳ ୨୪୩ ରନ୍‌ କରିବାକୁ ସମର୍ଥ ହୋଇଥିଲା । ଟିଟିଲାଗଡ଼ ଦଳ ତରଫରୁ ବିକିନାଗ ୨ ଗୋଟି ଓ ଶୈଲେସ ପଟ୍ଟନାୟକଙ୍କ ୨ ଗୋଟି ଉଇକେଟ ବ୍ୟତୀତ ଅନ୍ୟ କୌଣସି ବୋଲର ନାଏକ ଏକାଡେମୀର ବ୍ୟାଟ୍ସମ୍ୟାନଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରି ନଥିଲେ । ୨୪୪ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଳାଇଥିବା ଟିିଟିଲାଗଡ଼ ଦଳ ୪୮.୩ ଓଭରେ ୧୯୦ ରନ୍‌ ସଂଗ୍ରହ କରି ସମସ୍ତ ଉଇକେଟ ହରାଇଥିଲେ । ଫଳରେ ଏହି ମ୍ୟାଚକୁ ନାଏକ ଏକାଡେମୀଦଳ ୫୩ ରନ୍‌ରେ ବିଜୟୀ ହୋଇଥିଲେ । ଟିଟିଲାଗଡ଼ ତରଫରୁ ସୌଭାଗ୍ୟ ପଟେଲ ସର୍ବାଧିକ ୩୨ ରନ୍‌ ଓ ଶୁଭମ ସୁନା ୨୬ ସଂଗ୍ରହ କରିଥିଲେ । ନାଏକ ଏକାଡେମୀ ଦଳ ତରଫରୁ ସଫଳ ବୋଲର ଭାବେ ସତ୍ୟଜିତ ସିଂହଦେଓ କିସନ ନାଏକ ଓ ସୁବାଶିଷ ମିର୍ଦ୍ଧା ପ୍ରତ୍ୟେକ ଦୁଇଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚରେ ନାଏକ କ୍ରିକେଟ ଏକାଡେମୀ ଦଳର ୧୧୬ ରନ୍‌ ସଂଗ୍ରହ କରିଥିବା ରାଘେବେନ୍ଦ୍ର ତ୍ରିପାଠୀଙ୍କୁ ଶ୍ରେଷ୍ଠ ଖେଳାଲି ଘୋଷିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ମୁକେଶ ସ୍ୱାଇଁ ଓ ରଜତ ଦାସ ପରିଚାଳନା କରିଥିବା ବେଳେ ଅନ୍‌ଲାଇନ ସ୍କୋରର୍‌ ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତା କାଲି ରବିବାର ସୁପର ଲିଗ୍‌ର ପଞ୍ଚମ ମ୍ୟାଚଟି ନାଏକ କ୍ରିକେଟ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.

twenty − 7 =