ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲାଠୋର, (ପୁସ୍ତମ ଯୁଆଡି) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ୍ ଖେଳ ପଡିଆରେ ତୃତୀୟ ବର୍ଷ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଞ୍ଚଳର ବିଭିନ୍ନ ଦଳ ଯୋଗଦାନ କରିଥିଲେ । ଫାଇନାଲ ମ୍ୟାଚ୍ ଝାଙ୍କ୍ରିପାଲି ଦଳ ଚାମ୍ପିୟନ ହୋଇଥିବା ବେଳେ ଜାମଚୁଆଁ ଦଳ ରନର୍ସରେ ସନ୍ତୁଷ୍ଟ ରହିଥିଲା । ଦୀପକ, ସୁଶାନ୍ତ, ସୁରେନ୍ଦ୍ର ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଶୋଭାକର, ଲିଙ୍ଗ, ଅଭିମନ୍ୟୁ, ସୁଜ୍ଞାନୀ ଖେଳ ପରିଚାଳନା କରିଥିଲେ । ବାବୁଲାଲ, ବିଶ୍ୱନାଥ, ଜୀବର୍ଦ୍ଧନ, ପିଙ୍କୁ, ଥବିର ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଅନେକ କ୍ରୀଡାପ୍ରେମୀ ଉପସ୍ଥିତ ରହି ଆନନ୍ଦ ଉଠାଇ ଥିଲେ ।

Leave A Reply

Your email address will not be published.

4 × three =