pakka

ଲୋକେଶ ମେମୋରିଆଲ କ୍ରିକେଟ ଫାଇନାଲ୍‌ରେ ପଦ୍ମପୁର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା କ୍ରୀଡା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଆସୁଥିବା ୨ୟ ଲୋକେଶ ମେମୋରିଆଲ କ୍ରିକେଟର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍ ପଦ୍ମପୁର ଏବଂ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ବଲାଙ୍ଗିର ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୧୬୯ ରନ୍ ସଂଗ୍ରହ କରି ୧୭୦ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଦଳ ପକ୍ଷରୁ ଅମରଦୀପ୍ ସୁନା ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିବା ବେଳେ ପଦ୍ମପୁର ଦଳ ପକ୍ଷରୁ ଦୀପକ୍ ଜୟପୁରିଆ ୨୩ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ପଦ୍ମପୁର ଦଳ ୭ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା । ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ବିଦ୍ୟାଧର ସେଠ୍ ଏବଂ ପିଣ୍ଟୁ ବେହେରା ଯୋଗଦେଇ ପଦ୍ମପୁର ଦଳର ଦୀପକ୍ ଜୟପୁରିଆଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ପ୍ରଦାନ କରିଥିଲେ । ରାଜୀବ ପୁରୋହିତ, ଅନ୍ତର୍ଯ୍ୟାମୀ ପ୍ରଧାନ ଅମ୍ପ୍ୟାରିଂ ଦାୟିତ୍ଵ ତୁଳାଇଥିବା ବେଳେ ରିଙ୍କୁ ବରିହା, ପ୍ରିୟବ୍ରତ ସ୍କୋରିଂ ଏବଂ କୁମାର୍ ଆନନ୍ଦ୍ ଧାରା ବିବରଣି ପ୍ରଦାନ କରିଥିଲେ ।

jay balangir
Leave A Reply

Your email address will not be published.

twelve − 7 =

error: Content is protected !!