csstore

ଜରାସିଂହାରେ ଡବଲ ମର୍ଡର ଘଟଣା : ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ

ଦେଓଗାଁ, (ମନୀଷ କୁମାର ସାହୁ): ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଜରାସିଂହା ଗାଁରେ ଗତ ଶନିବାର ଘଟିଥିବା ଡବଲ୍ ମର୍ଡର୍ ଘଟଣାରେ ଶନିବାର ରାତିରେ ୫ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଆଜି ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ହତ୍ୟାକାଣ୍ଡରେ ସଂପ୍ରୁକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଜରାସିଂହା- କୁଲିହାବାହାଲ ରାସ୍ତାରେ ଥିବା ବ୍ରିଜ ନିକଟ ପଡ଼ିଆକୁ ଛେଳି ଚରାଇବାକୁ ଯାଇଥିବା ସମୟରେ ମୁଗ ବିଲରେ ପାଣି ମଡା ସହ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ଧନମତ ରାଉତର ଟାଙ୍ଗିଆ ଆକ୍ରମଣରେ ଶ୍ରୀପତି ଭେସ୍ରାଙ୍କ ମ୍ରୁତ୍ୟୁ ଘଟିଥିଲା। ଏହାସହ ଗାଁର କର୍ମ ସୁନା ଓ ବ୍ରହ୍ମା ସୁନା ଗୁରୁତର ଆହତ ହୋଇଥିଲେ। ହତ୍ୟାକାଣ୍ଡ ପରେ ଧନମତ ଘରକୁ ପଳାଇ ଆସିଥିଲେ। ତେବେ ମୃତ ଶ୍ରୀପତିଙ୍କ ପରିବାର ଓ ସଂପର୍କୀୟମାନେ ପ୍ରତିଶୋଧ ପରାୟଣ ହୋଇ ୧୦ରୁ ୧୫ଜଣ ମହିଳା ଓ ପୁରୁଷ ଧନମତର ଘରକୁ ଆସି ଲୁହା କବାଟ ଭାଙ୍ଗିବା ସହ ଘରେ ପଶିଆସି ମାଡ଼ପିଟ କରି କୋଦାଳ ଓ ଲାଠି ଆଦିରେ ଧନମତକୁ ହତ୍ୟା କରିଥିଲେ । ଶନିବାର ରାତିରେ ପୁଲିସ ଶବକୁ ଜଗି ରହିବା ପରେ ମୃତ ଦେହ ଦୁଇଟିକୁ ଜବତ କରି ରବିବାର ବ୍ୟବଚ୍ଛେଦ ପରେ ନିଜନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

jayashree
Leave A Reply

Your email address will not be published.