csstore

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଷରରେ ବାର୍ଷିକ ସମ୍ମିଳନୀ ଓ ରକ୍ତ ଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥାନୀୟ ସରସ୍ୱତି ବିଦ୍ୟା ମନ୍ଦିର ପରିଷରରେ ପୂରାତନ ଛାତ୍ର ପରିଷଦ ତରଫରୁ ନେତାଜୀ ସୁବାସ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଅସବସରରେ ୩ୟ ବାର୍ଷିକ ସମ୍ମିଳନୀ ଏବଂ ସମ୍ବାଦ ଆମ ଓଡିଶା ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଅଛି । ଉକ୍ତ ସମ୍ମଳନିରେ ସଭାକୁ ଅଂଜନ ପ୍ରଧାନ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତୀଥି ଭାବେ ଅଂଚଳ ମହାବିଦ୍ୟାଳୟର ପ୍ରିନ୍ସିପାଲ ଶ୍ରୀ ଲଳିତେଣ୍ତୁ ନାୟକ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନ ଦୀପ ପ୍ରଜ୍ଜଳନ କରି ଭାଷଣ ରଖିଥିବା ବେଳେ ପୁରାତନ ଛାତ୍ର ପରିଷଦର ସଭାପତି ପ୍ରିତେଶ କୁମାର ବହିଦାର, ଉପସଭାପତି ସୁଶ୍ରୀ ସ୍ୱାତି ସାହୁ ନିଜର ଭାଷଣ ରଖିଥିଲେ । ଏହାପରେ ବିଦ୍ୟାଳୟ ପରିଷରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୨୫ଜଣ ରକ୍ତଦାନ କରିଥିଲେ । ରକ୍ତଦାତା ମନଙ୍କ ମଧ୍ୟେ ଦେବରାଜ ପ୍ରଧାନ, କଲ୍ୟାଣୀ ମିଶ୍ର, ରାଜେନ୍ଦ୍ର ସାହୁ, ତରଣୀସେନ ମହାପାତ୍ର, ଇଂଦ୍ରାଣୀ ଦାସ, ସୁଜାତା ତ୍ରୀପାଠୀ, ଦୁର୍ବାଦଳ ସାହୁ, ମୁକେଶ ସାହୁ, ଅକ୍ଷୟ କୁମାର ଚୈାହାନ, ଉଦିପ୍ତ ଦାସ, ଅଂକିତା ପ୍ରିୟଦର୍ଶିନୀ ବାଗ, ଶୁଭ୍ରାସା ଜୋଶୀ, ସାନ୍ତନୁ କୁମାର ତ୍ରୀପାଠୀ, ସ୍ୱାଗତୀକା ପଟ୍ଟନାୟକ, ନିତୁ ସାହୁ, କାହ୍ନୁ ଚରଣ ସାହୁ, ଅନ୍ତର୍ଜାମି ମେହେର, କଳ୍ପନା ବତୀ ସାହୁ, ସୁରଜ କୁମାର ଅଗ୍ରୱାଲ, ହିତେଷ କୁମାର ଅଗ୍ରୱାଲ, ଗୁରୁମା ନିତୁ ସାହୁ, ଅଜୟ କୁମାର ସାହୁ, ଚନ୍ଦନ କୁମାର ବେହେରା, ଅଂଜନ କୁମାର ପ୍ରଧାନ ଓ ଶୁଭମ କୁମାର ପଟ୍ଟନାୟକ ପ୍ରମୁଖ ରକ୍ତଦାନ କରିଥିଲେ । ପଦ୍ମପୁର ରକ୍ତ ଭଣ୍ତାର ତରଫରୁ ଦିପକ ସାହୁ, ଚିନ୍ତାମଣୀ ପଣ୍ତା, ହିତେଶ ସାହୁ, ଜିତେନ୍ଦ୍ର ଗୁର୍ଲ୍ଲା, କିଶୋର ପ୍ରଧାନ, ନରେଶ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ପଦ୍ମପୁର ସମ୍ବାଦ ପ୍ରତିନିଧି ଜି. ଶ୍ରୀନିବାସ ରାଓ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିଥିଲେ ।

jayashree
Leave A Reply

Your email address will not be published.