ଖପ୍ରାଖୋଲରେ ଛାତ୍ରୀଛାତ୍ରଙ୍କୁ କରୋନା ଟୀକା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର କରୋନା ନିୟନ୍ତ୍ରଣ ପାଇଁ ପ୍ରଥମେ ବୟସ୍କ ପରେ ମଧ୍ୟ ବୟସ୍କଙ୍କୁ କରୋନା ଟୀକା ଦେଇଥିବା ବେଳେ ଏବେ ୧୫ରୁ ୧୮ବର୍ଷ ବୟସର ଛାତ୍ରୀଛାତ୍ରଙ୍କୁ ମଧ୍ୟ ମାଗଣାରେ ଟିକା ଦେବା ଆରମ୍ଭ କରିଛନ୍ତି । ଖପ୍ରାଖୋଲ ବ୍ଲକ ଘୁନ୍‌ସର ଆରବିଏସେସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫୦ଜଣ ଛାତ୍ରୀଛାତ୍ର ଏକାସାଙ୍ଗରେ ଟୀକା ନେଇଥିବା ଜଣାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରଜତକୁମାର ମିଶ୍ର ଓ ପରିଚାଳନା କମିଟି ସଦସ୍ୟ ଅଚ୍ୟୁତାନନ୍ଦ ସାହୁଙ୍କ ଉପସ୍ଥିତିରେ ଟିକା ପ୍ରଦାନ କରାଯାଇଥିଲା । ଟିକା ପ୍ରଦାନ କରି ଟିମ୍‌ର କାଦମ୍ବିନୀ ପୁରୋହିତ, ବବିତା ପଧାନ, ଆସିନା ବଗର୍ତ୍ତୀ, ବିକାଶ ତ୍ରୀପାଠୀ ପ୍ରମୁଖ ଟୀକା ପ୍ରଦାନ କରିଥିଲେ । ସମସ୍ତ ୧୫ବର୍ଷରୁ ଉର୍ଦ୍ଧ ଛାତ୍ରୀଛାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଆସି ଟୀକା ନେବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକି ସୁରଜ ଦୀପ ଅନୁରୋଧ କରୁଛନ୍ତି ।

Leave A Reply

Your email address will not be published.

20 + 10 =