ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୪୮ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୭୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୨୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୩୮ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଭଦ୍ରକରୁ ୪୬, ବଲାଙ୍ଗିରରୁ ୧୬୩, ବୌଦ୍ଧରୁ ୫୮, କଟକରୁ ୩୯୨, ଦେବଗଡ଼ାରୁ ୨୪, ଢେଙ୍କାନାଳରୁ ୬୫, ଗଜପତିରୁ ୩୩, ଗଂଜାମରୁ ୭୧, ଜଗତସିଂହପୁରରୁ ୯୪, ଯାଜପୁରରୁ ୧୪୦, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୩୮, କନ୍ଧମାଳରୁ ୮୫, କେନ୍ଦ୍ରାପଡ଼ାରୁ ୧୧୬, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୬୧୫, କୋରାପୁଟରୁ ୯୭, ମାଲକାନଗିରିରୁ ୨୧, ମୟୁରଭଂଜରୁ ୩, ନବରଙ୍ଗପୁରରୁ ୧୨୧, ନୟାଗଡ଼ରୁ ୬୯, ନୂଆପଡ଼ାରୁ ୧୦୭, ପୁରୀରୁ ୩୮୭, ରାୟଗଡ଼ାରୁ ୮୨, ସମ୍ବଲପୁରରୁ ୭୯, ସୋନପୁରରୁ ୧୨୪, ସୁନ୍ଦରଗଡ଼ରୁ ୧୫୭, ଷ୍ଟେଟ୍‌ ପୁଲ୍‌ ୧୭୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୩୫୧୩୦ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୨୧୮୫ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.