ହଠାତ୍‌ ଗାଏବ ହେଲେ ଏକ ପରିବାର : ଘର ମୁଖିଆଙ୍କ ଶବ ମିଳିଲା ଘର ଭିତରେ ମାଟି ତଳୁ

ବରେଲି : ନିକଟସ୍ଥ ପିଲିଭିତ ଅଧୀନସ୍ଥ ମାଧୋଦାଣ୍ଡା ଥାନାର କେସରପୁର ଗାଁରେ ଗତ ୪ ଦିନ ତଳେ ହଠାତ୍‌ ଗାଏବ ହୋଇଗଲେ ୫ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର । ଘର ମୁଖିଆଙ୍କ ଶବ ଘର ଭିତରେ ମାଟି ତଳୁ ମିଳିଛି । ଏହି ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଅକସ୍ମାତ୍‌ ଗାଁରେ ଏକ ପରିବାରର ପତି, ପତ୍ନୀଙ୍କ ସହ ୩ ସନ୍ତାନ ଉଭାନ୍‌ ହୋଇ ଯାଇଥିବା ବେଳେ ଗତ ରାତିରେ ପୁଲିସକୁ ଘରର ମୁଖିଆଙ୍କ ଶବ ଘର ଭିତରେ ମାଟି ତଳୁ ମିଳିଛି । ମାତ୍ର ପରିବାରର ଅନ୍ୟ ସଦସ୍ୟଙ୍କ କିଛି ଖୋଜ୍‌ଖବର ମିଳି ପାରିନାହିଁ । ପୁଲିସ ପକ୍ଷରୁ ପତ୍ନୀ ଏବଂ ସନ୍ତାନଙ୍କ ସଂଧାନ ଜାରି ରହିଛି । ସୂଚନା ଅନୁସାରେ, ସଂପୃକ୍ତ ଗାଁର ରାମୱତାର ନିଜ ପତ୍ନୀ ରେଖା, ପୁଅ ସାଗର(୧୫), ବିପିନ(୧୦) ଏବଂ ୟଶ(୫) ସହ ବସବାସ କରୁଥିଲେ । ନିଜ ଛୋଟବଡ଼ ଭାଇମାନଙ୍କ ପାଖଆଖରେ ମୃତକ ଜଣକ ନିଜ ପରିବାର ସହ ରହୁଥିବା ବେଳେ ଗତ ଶନିବାର ଦିନରୁ ସଂପୃକ୍ତ ପରିବାର ଗାଏବ୍‌ ଥିଲେ । ରବିବାର ସକାଳୁ ଘରର ସଦସ୍ୟମାନଙ୍କୁ କେହି ନଦେଖିବାରୁ ଗାଁରେ ଚର୍ଚ୍ଚା ହେବାର ଆରମ୍ଭ ହୋଇ ଯାଇଥିଲା । ତେବେ ସୋମବାର ଦିନ ରାତିରେ ରାମୱତାରଙ୍କ ବଡ଼ଭାଇ ମଲଖାନ୍‌ ସିଂହଙ୍କ ଦ୍ୱାରା ତାଙ୍କ ଭାଇଙ୍କ ପରିବାର ନିଖୋଜ୍‌ ଥିବା ଥାନାରେ ଅଭିଯୋଗ କରିଥିଲେ । ତେବେ ମୃତକଙ୍କ ସଡ଼ୁ ଏବଂ ତାଙ୍କ ପତ୍ନୀଙ୍କୁ ପୁଲିସ ହିରାସତ୍‌ରେ ନେଇ ପଚରାଉଚୁରା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ଘର ଭିତରେ ରାମୱତାରଙ୍କ ଶବର ସଂଧାନ ପାଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ପ୍ରକାର ଆଲୋଚନା ହେଉଛି । ପ୍ରଧାନ ଚନ୍ଦ୍ର ପ୍ରକାଶ ନାମକ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଘରର ଏକ କୋଠରୀ ଭିତରୁ ଯେତେବେଳେ ଦୁର୍ଗନ୍ଧ ଆସିଲା, କୋଠରୀ ଖୋଲି ଦିଆଯିବାରୁ ଶବର ସଂଧାନ ମିଳିଲା । ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ ସଂଧାନ ମିଳି ପାରିନାହିଁ ।

Leave A Reply

Your email address will not be published.