ls

ଗତ ୨୪ ଘଂଟାରେ ଓଡ଼ିଶାରେ ୩୫୪୩ ଜଣ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧାରୁ ୮୭୮

a12

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରେ ମଧ୍ୟ କମିବାର ନାଁ ନେଉନି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୩୫୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ସେମାନଙ୍କ ମଧ୍ୟରୁ ୨୧୬୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୩୮୨ ଜଣ ଆଂଚଳିକ ସଂକ୍ରମଣର ଶିକାର ହୋଇଛନ୍ତି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୮, ବାଲେଶ୍ୱରରୁ ୧୫୩, ବରଗଡ଼ରୁ ୨୭୪, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୬୭, କଟକରୁ ୨୯୫, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬୯, ଗଜପତିରୁ ୨୯, ଗଂଜାମରୁ ୧୦୨, ଜଗତସିଂହପୁରରୁ ୮୫, ଯାଜପୁରରୁ ୨୦୬, ଝାରସୁଗୁଡ଼ାରୁ ୮୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୪୮, କେଉଁଝରରୁ ୪୪, ଖୋର୍ଦ୍ଧାରୁ ୮୭୮, କୋରାପୁଟରୁ ୯୦, ମାଲକାନଗିରିରୁ ୨୫, ମୟୁରଭଂଜରୁ ୩୨୬, ନବରଙ୍ଗପୁରରୁ ୩୩, ନୟାଗଡ଼ରୁ ୩୪ ନୂଆପଡ଼ାରୁ ୯୮, ପୁରୀରୁ ୬୧, ରାୟଗଡ଼ାରୁ ୬୭, ସମ୍ବଲପୁରରୁ ୮୩, ସୋନପୁରରୁ ୯୯ ଏବଂ ସୁନ୍ଦରଗଡ଼ରୁ ୫୬ ଜଣ ପଜିଟିଭ୍‌ ବାହାରିଛନ୍ତି । ଆଜି ଯାଏଁ ୧୨୦୨୨୧ ଜଣ ପଜିଟିଭ୍‌ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୩୩୧ ଜଣ ସୁସ୍ଥ ହୋଇ ଫେରିଥିବା ସୂଚନାରେ କୁହାଯାଇଛି ।

manabhanjan
Leave A Reply

Your email address will not be published.