ଲଦାଖ ସୀମାରେ ବଢ଼ୁଛି ଉତ୍ତେଜନା

ଲଦାଖ : ଲଦାଖ ସୀମାରେ ଚୀନ ସହ ବିବାଦ ବଢ଼ିବାରେ ଲାଗିଥିବା ବେଳେ ଉତ୍ତେଜନା ଲାଗି ରହିଛି । ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି ଯେ, ଆଜି ଯେଉଁ ସ୍ଥିତି ଲଦାଖ ସୀମାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ଦୀର୍ଘ ୪୦ ବର୍ଷ ହେଲା ଦେଖିବାକୁ ମିଳି ନଥିଲା । ୧୯୬୨ ପରେ ଏଭଳି ସ୍ଥିତି ଲଦାଖ ସୀମାରେ ଉପୁଜିଛି । ଏକ କାର୍ଯ୍ୟକ୍ରମରେ ଭାରତ-ଚୀନ ସୀମା ବିବାଦ ଉପରେ କହିବାକୁ ଯାଇ ସେ କହିଛନ୍ତି ଯେ, କ୍ଷେତ୍ରୀୟ ଅଖଣ୍ଡତା ଉପରେ କୌଣସି ପ୍ରକାର ବୁଝାମଣା ହେବନାହିଁ । କିନ୍ତୁ ଭାରତ ସବୁବେଳେ ବିଚାର ବିମର୍ଷ କରିବାକୁ ପ୍ରସ୍ତୁତ ଅଛି । ସେ ଆହୁରି କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସୀମା କ୍ଷେତ୍ରରେ ଶାନ୍ତି ଫେରି ନଆସିଛି, ସେତେଦିନ ପର୍ଯ୍ୟନ୍ତ ଆମର ବ୍ୟବସାୟ ଶୃଙ୍ଖଳିତ ଭାବେ ଚାଲି ପାରିବନାହିଁ । ଏଥିରେ ଦ୍ୱିପାକ୍ଷିକ ସଂପର୍କ ପ୍ରଭାବିତ ମଧ୍ୟ ହେବ । ଆମର କ୍ଷେତ୍ରୀୟ ଅଖଣ୍ଡତା ଏବଂ ପ୍ରଭୃତ୍ୱର ରକ୍ଷା ନିମନ୍ତେ ଆମେ ସବୁବେଳେ ଦୃଢ଼ ପ୍ରତିବଦ୍ଧତାକୁ ସ୍ୱୀକାର କରିଛୁ ବୋଲି ସେ କହିବା ସହ ଆଗକୁ ମଧ୍ୟ ଆମେ ଦୃଢ଼ ଓ ସଂକଳ୍ପବଦ୍ଧ ରହିବୁ ବୋଲି ମନ୍ତବ୍ୟ ରଖିଛନ୍ତି ।

Leave A Reply

Your email address will not be published.