ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ : ବଲାଙ୍ଗିର ପୌରାଂଚଳରେ ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨, ୪, ୭ ଓ ୧୫ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୧୧ରୁ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଆଗଲପୁର ବ୍ଳକ୍‌ ଲୁହୁରାମୁଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ମଣ୍ଡଲ ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ଅର୍ସାତୁଲା ଓ ଚୁଲିଫୁଙ୍କା ଗ୍ରା.ପ.ରୁ ଜଣେ ଲେଖାଏଁ, ଗୁଡ଼ଭେଲା ବ୍ଲକ୍‌ ସମରା ଗ୍ରା.ପ.ରୁ ୩, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୪ରୁ ୧ ଓ ୧୬ରୁ ୨, ଖପ୍ରାଖୋଲ ବ୍ଲକ୍‌ ଦମେଇପାଲି ଗ୍ରା.ପ.ରୁ ୨, ଘୁନସର ଗ୍ରା.ପ.ରୁ ୧, ଲାଠୋର ଗ୍ରା.ପ.ରୁ ୨ ଓ ସାହାଜପାଣି ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଲଖନା ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ସୁନାମୁଦି ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୭ରୁ ୪ ଓ ୮ରୁ ୧, ପୁଇଁନ୍ତଲା ବ୍ଲକ୍‌ କୁରୁଲ ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ଧରବଗଡ଼ ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଲକ୍‌ ବିନେକେଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧୧ରୁ ୩ ଓ ୧୨ରୁ ୨, ତୁରେକେଲା ବ୍ଲକ୍‌ ତୁରେକେଲା ଗ୍ରା.ପ.ରୁ ଓ ଝରନି ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୯୩୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୦୮ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୨୯୬ ଜଣ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.