ls

ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୪

a12

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୨, ୩, ୧୧ ଓ ୧୫ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ବରକାନୀ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୪ରୁ ଜଣେ, ପୁଇଁନ୍ତଲା ବ୍ଲକ ଦଶପୁର ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ବୁଢ଼ାବାହାଲ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୯ରୁ ଜଣେ ଓ ତୁଷୁରୁ ଏନ୍‌ଏସି ୱାର୍ଡ ନଂ.୬ରୁ ଜଣେ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ରହିଥିବା କୁହାଯାଇଛି ।

manabhanjan
Leave A Reply

Your email address will not be published.