pakka

ରାଜ୍ୟରେ ଆଉ ୬୧୫ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର : ଆଜି ରାଜ୍ୟରେ ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନଣ୍ଟାଇନ୍‌ କେନ୍ଦ୍ରରୁ ୩୫୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୮ଟି ଲୋକାଲ କେସ୍‌ ରହିଛ । ୬୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୬୮ ଜଣ ପିଲା ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୨୮୮କୁ ବୃଦ୍ଧି ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୯ ହଜାର ୭୬୪ ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୦୩ ଜଣ । ଆଜି ମୋଟ ୨୨ ଟି ଜିଲ୍ଲାରୁ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୨୩ ଜଣ, କଟକ ଜିଲ୍ଲାରୁ ୭୨, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୧୨ ଜଣ, ବରଗଡ ଜିଲ୍ଲାରୁ ୩, ଭଦ୍ରକ ଜିଲ୍ଲାରୁ ୭ ଜଣ, ବୌଦ୍ଧ ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, ଗଞ୍ଜାମ ଜିଲ୍ଲାରୁ ୩, ଜଗତସିଂହପୁର ଜିଲ୍ଲାରୁ ୮ ଜଣ, ଯାଜପୁର ଜିଲ୍ଲାରୁ ୯ ଜଣ, ଝାରସୁଗୁଡା ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୧୦, କେନ୍ଦୁଝର ଜିଲ୍ଲାରୁ ୩, କୋରାପୁଟ ଜିଲ୍ଲାରୁ ୪, ମୟୂରଭଞ୍ଜ ଜିଲ୍ଲାରୁ ୨୮ ଜଣ, ନୟାଗଡ ଜିଲ୍ଲାରୁ ୩, ନୂଆପଡା ଜିଲ୍ଲାରୁ ୩, ପୁରୀ ଜିଲ୍ଲାରୁ ୧୫ ଜଣ, ରାୟଗଡା ଜିଲ୍ଲାରୁ ୧, ସମ୍ବଲପୁର ଜିଲ୍ଲାରୁ ୧୯, ସୁନ୍ଦରଗଡ ଜିଲ୍ଲାରୁ ୮ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

5 × 1 =