pakka

ପ୍ରଧାନ ଶିକ୍ଷକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ କୁଠାରପାଲି ଗ୍ରାମର ପ୍ରହଲ୍ଲାଦ ଦାଶ(୫୭)ଙ୍କ ଶବ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ପ୍ରହଲ୍ଲାଦ ଦାସ ବୃତ୍ତିରେ ଜଣେ ଶିକ୍ଷକ ଥିଲେ ।
ତାଙ୍କର ଚାକିରୀ କାଳରେ ସେ ଅମ୍ବାଭୋନା ୟୁପି ସ୍କୁଲରେ ଦୀର୍ଘ ୨୨ବର୍ଷ ପର୍ଯ୍ୟନ୍ତ ଶିକ୍ଷକ ଥିବା ବେଳେ ବର୍ତ୍ତମାନ ସେ ବୁଢିପାଲି ୟୁପି ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ବୁଧବାର ସକାଳୁ ତାଙ୍କ ଘରଠାରୁ ୫ଶହ ମିଟର ଦୂରରେ ଥିବା ଏକ କୁମ୍ବୀ ଗଛରେ ଏକ ଦୌଡିରେ ଶବ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକ ସେଠି ପହଞ୍ଚିବା ସହିତ ପୁଲିସକୁ ସୂଚନା ଦେଇଥିଲେ । ଅମ୍ବାଭୋନା ପୋଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ଏନେଇ ଅମ୍ବାଭୋନା ଥାନା କେସ ନମ୍ବର ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ପଲିସ ବିଭାଗ ତରଫରୁ ସୂଚନା ମିଳିଛି । ମୃତ୍ୟର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ସେ ସ୍ବାସ୍ଥ୍ୟଗତ କାରଣରୁ ଚାପ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମୃତ ପ୍ରହଲ୍ଲାଦଙ୍କ କାକା ନାରାୟଣ ଦାସ କହିଛନ୍ତି । ପରିବାର କହିଲେ ସ୍ତ୍ରୀ ନଳିନୀ ଦାସ ସମେତ ତିନି ଭଉଣୀ ଅଛନ୍ତି । ତିନିଜଣ ଭଉଣୀଙ୍କୁ ବାହା କରି ସାରିଥିବା ବେଳେ ନିଜେ ବିବାହ କରିଥିଲେ ହେଲେ ତାଙ୍କର କୌଣସି ସନ୍ତାନ ନାହାନ୍ତି । ଶ୍ରୀ ଦାସ ଭଳିବଲ ଖେଲ ପ୍ରତି ବହୁତ ଆଗ୍ରହୀ ଥିଲେ ଓ ଜଣେ ଭଲ ଭଳିବଲ ଖେଳାଳି ଭାବରେ ସବୁଆଡେ ଚର୍ଚ୍ଚିତ ଥିଲେ ଅମ୍ବାଭୋନା ଭଳିବଲ ଟିମ ଗଠନ କରି ସେ ଅନେକ ମ୍ୟାଚ ଖେଳିବା ସହିତ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇ ଭଳିବଲ କୋଚ୍ ଭାବରେ ମଧ୍ୟ ସବୁଆଡେ ପରିଚିତ ହୋଇପାରିଥିଲେ । ତାଙ୍କର ଏପରି ଅକାଳ ବିୟୋଗରେ ଅମ୍ଭାଭୋନା ମିଳିତ ଶିକ୍ଷକ ସଂଘ, ଅମ୍ବାଭୋନା ଭଳିବଲ ଟିମ ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

two × three =