ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ ରହିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ. ୪ ଓ ୧୪ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ.୫ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ ଅଲଣ୍ଡା ଗ୍ରା.ପ.ରୁ ୨ ଓ ଝଲପ ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୨ ଓ ନୁନ୍‌ହାଡ଼ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ୍‌ ଧଣ୍ଡାମାଲ ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ଚିଂଚେଡ଼ ଗ୍ରା.ପ.ରୁ ଜଣେ ଓ ଗମ୍ଭାରୀଗୁଡ଼ା ଗ୍ରା.ପ.ରୁ ୨, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୦ରୁ ଜଣେ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଓ ଭାନପୁର ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଲୋଇସିଂହା ବ୍ଲକ୍‌ ରେଂଗାଲି ଗ୍ରା.ପ.ରୁ ଜଣେ, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ୍‌ ଭଇଁଷା, ଗଙ୍ଗାସାଗର ଓ ବାଲିପଟା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ଜଣେ, ୧୨ରୁ ୨, ୧୪ରୁ ଜଣେ ଓ ୮ରୁ ୩, ପୁଇଁନ୍ତଲା ବ୍ଲକ ଅଙ୍କରିଆପଦର ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ସଇଁନ୍ତଲା ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ବ୍ଲକ୍‌ ଭାଲେଗାଁ ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ରୁ ଜଣେ, ୧୩ରୁ ଜଣେ, ତୁରେକେଲା ବ୍ଲକ୍‌ ବଡ଼୍‌ଡୁକ୍‌ଲା ଗ୍ରା.ପ.ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ବଲାଙ୍ଗିର ଜିଲ୍ଲାରେ ୨୮୫ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି ।

Leave A Reply

Your email address will not be published.