ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ବ୍ଲକ୍‌ ଚନ୍ଦନଭାଟି ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ଗ୍ରା.ପ.ରୁ ୨ଜଣ ଓ ସାଲେପାଲି ଗ୍ରା.ପ.ରୁ ଜଣେ ଏବଂ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧୧ରୁ ଜଣେ, ସଂକ୍ରମିତ ହୋଇଥିବା କୁହାଯାଇଛି । ବଲାଙ୍ଗିର ଜିଲ୍ଲାରେ ଏବେ ୯ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କୁହାଯାଇଛି ।

Leave A Reply

Your email address will not be published.